ବ୍ରହ୍ମପୁର:ଛଟେଇ ପ୍ରତିବାଦରେ ଗଞ୍ଜାମ ମେଡିକାଲର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦୀର୍ଘଦିନ ଧରି ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ହସ୍ପିଟାଲରେ ଆଉଟସୋର୍ସିଂ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ଧାରଣା ଦେଇଥିବା କର୍ମଚାରୀ। ପୂର୍ବରୁ ଟୁନା ପାଣିଗ୍ରାହୀଙ୍କ ସଂସ୍ଥା ପକ୍ଷରୁ ଟେଣ୍ଡର ନିଆଯାଇ ଏହି କର୍ମଚାରୀଙ୍କୁ ନିଯୁକ୍ତ କରାଯାଉଥିଲା । ତେବେ ସଂସ୍ଥା ବଦଳିବା ପରେ ଏହି କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏହାକୁ ନେଇ ପ୍ରତିବାଦ କରିଛନ୍ତି ଏମ.କେ.ସି.ଜି ମେଡିକାଲ ଆଉର୍ଟସୋର୍ସିଂ କର୍ମଚାରୀ।
ଟୁନା ପାଣିଗ୍ରାହୀଙ୍କ ସଂସ୍ଥାର ଅବଧି ଶେଷ ହେବା ପରେ ବର୍ତ୍ତମାନ ଅଭିରାମ ଏଜେନ୍ସି ନାମକ ସଂସ୍ଥା ନୂତନ ଦାୟିତ୍ବ ନେଇଛି। ପୂର୍ବରୁ ୨୫୬ ଜଣ ଆଉଟସୋର୍ସିଂ କର୍ମଚାରୀ ଏହି କାର୍ଯ୍ୟ କରୁଥିଲେ। ହେଲେ ନୂତନ ତାଲିକାରେ କେବଳ ୧୮୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ଆଉର୍ଟସୋର୍ସିଂ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିବାଦ କରିଛନ୍ତି।