ବ୍ରହ୍ମପୁର: ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବ୍ରହ୍ମପୁରରେ ଚାଳକ ଦିବସ ପାଳିତ ହୋଇଛି । ଏହି ଅବସରରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଚାଳକ ଦିବସରେ ତାତିଲା ଓଡିଶା ମୋଟର ଚାଳକ ସଂଘ
ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବ୍ରହ୍ମପୁରରେ ଚାଳକ ଦିବସ ପାଳିତ । ଓଡିଶା ମୋଟର ଚାଳକ ସଂଘ ଶୋଭାଯାତ୍ରା କରି ସାମାଜିକ ସୁରକ୍ଷା ,ବାସଗୃହ, ସ୍ବାସ୍ଥ୍ୟ ଓ ଅଣସଙ୍ଗଠିତ ଚାଳକ ମାନଙ୍କ ପାଇଁ ଆଇନ ପ୍ରଣୟନ କରିବା ଦାବି ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ମହାନଗର ପରିସରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ପ୍ରଦାନ, ବିଶ୍ରାମଗୃହ, ଆଲୋକ ବ୍ୟବସ୍ଥା, ଶୌଚାଳୟ ସୁବନ୍ଦୋବସ୍ତ ସହ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ପଞ୍ଜିକୃତ କରାଇ ସମସ୍ତ ଚାଳକଙ୍କୁ ଡ୍ରାଇଭର କାର୍ଡ ପ୍ରଦାନ କରିବା ନେଇ ଦାବି କରିଛି ସଙ୍ଘ । ସେହିପରି ଓଡିଶା ମୋଟର ଚାଳକ ସଂଘ ସ୍ବତନ୍ତ୍ର ଭାବରେ ଅଣସଙ୍ଗଠିତ ଚାଳକ ମାନଙ୍କର କଲ୍ୟାଣ ଆଇନ ପ୍ରଣୟନ କରାଯାଇ କଲ୍ୟାଣ ପାଣ୍ଠି ଗଠନ କରିବାକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ