ବ୍ରହ୍ମପୁର: ଆଜି କୁମାର ପୁର୍ଣ୍ଣିମା । ସବୁଠି ଉତ୍ସବର ମାହୋଲ । ସବୁଠି ଜମୁଛି ଖୁସିର ଆସର । ସକାଳୁ ଝିଅ ଓ ନବ ବଧୂମାନେ ସୂର୍ଯ୍ୟଙ୍କୁ ଆଞ୍ଜୁଳା ଟେକି ପୂଜା କରିଛନ୍ତି । ସଂଧ୍ୟାବେଳେ ରହିଛି ଚାନ୍ଦ ପୂଜା । ତେବେ ଏହି ଅବସରରେ ରେଶମ ସହରର ବିଭିନ୍ନ ସ୍ଥାନରେ ତାସଖେଳ, ନାଚଗୀତରେ ମସଗୁଲ ଥିବାର ଦେଖିବାକୁ ମିଳିଛି ।
ଆଜି କୁମାର ପୂର୍ଣ୍ଣିମା: ଜମୁଛି ତାସଖେଳ, ନାଚଗୀତରେ ମସଗୁଲ ସଭିଏଁ - kumar Purnima celebrats in Odisha
ଆଜି କୁମାର ପୂର୍ଣ୍ଣିମାକୁ ନେଇ ଉତ୍ସବମୁଖର ଓଡି଼ିଶା । ବିଭିନ୍ନ ସ୍ଥାନରେ ତାସ ଖେଳକୁ ନେଇ ଜମୁଛି ଆସରା । ଏନେଇ ରେଶମ ସହରର ବିଭିନ୍ନ ସ୍ଥାନରେ ମହିଳା ଏକାଠି ହୋଇ ଉତ୍ସବର ଭରପୁର ମଜା ନେଉଛନ୍ତି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
ଘରର ସମସ୍ତ ସଦସ୍ୟ ଏକତ୍ରିତ ହେବା ସହ ବନ୍ଧୁବର୍ଗ ମିଳିତ ଭାବେ ତାସଖେଳର ମଜ୍ଜା ନେଉଛନ୍ତି । ପିଠାପର୍ବ ସହ ନୂତନ ବସ୍ତ୍ର ପରିଧାନ କରି ସମସ୍ତେ କୁଆଁର ପୁଣେଇଁ ଜହ୍ନଲୋ ବୋଲୁଛନ୍ତି । ପ୍ରତ୍ୟେକ ଘରେ ଏକ ପ୍ରକାର ଉତ୍ସବର ମାହୋଲ ଦେଖାଦେଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Oct 13, 2019, 11:07 AM IST