ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥିପତ୍ର ଦାଖଲ । ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି । ସେହିପରି ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ଦଳରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ଜିଲ୍ଲା ସଭାପତି ବିଜୟ ସ୍ବାଇଁ ।
ବ୍ରହ୍ମପୁର ଓ ସାନଖେମୁଣ୍ଡି ଆସନ୍ନ ପାଇଁ ଦଳରୁ ଅନେକ ପ୍ରାର୍ଥୀ ଆଶାୟୀ ରହିଥିବା ବେଳେ ଶେଷରେ କାହ୍ନୁ ଚରଣ ପତି ଓ ବିଜୟ ସ୍ବାଇଁଙ୍କ ନାମ ଦଳୀୟ ପ୍ରାର୍ଥି ଭାବରେ ଘୋଷଣା କରାଯାଇଥିଲା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର ବ୍ରହ୍ମପୁର ସହରରୁ ନିଜର ସମର୍ଥକଙ୍କ ସହ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଗାନ୍ଧିନଗର ଛକରୁ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ ।
ଏହାପରେ ସେ ସହରରେ ଥିବା ବିଭିନ୍ନ ସମସ୍ୟାକୁ ନିଜର ନିର୍ବାଚନୀ ଏଜେଣ୍ଡା କରିବେ ବୋଲି କହିଥିଲେ । ଅନ୍ୟପଟେ ନିଜର ସମର୍ଥକଙ୍କ ସହ ଆସି ବ୍ରହ୍ମପୁରରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜୟ ସ୍ବାଇଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ