ଓଡିଶା

odisha

ETV Bharat / city

ଦୋଳପୂର୍ଣ୍ଣିମାରେ ଚଳଚଞ୍ଚଳ ସିଦ୍ଧ ବାଙ୍କେଶ୍ଵରୀଙ୍କ ଶକ୍ତିପୀଠ

ଦୋଳପୂର୍ଣ୍ଣିମାର ମଧ୍ୟରାତ୍ରରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ମଧ୍ୟରାତ୍ରରୁ ସ୍ବତନ୍ତ୍ର ପାରମ୍ପରିକ ରୀତିନୀତିରେ ମାଆଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବ୍ରହ୍ମପୁର

By

Published : Mar 21, 2019, 11:31 PM IST

ବ୍ରହ୍ମପୁର: ଆରମ୍ଭ ହେଲା ସିଦ୍ଧ ବାଙ୍କେଶ୍ଵରୀଙ୍କ ପ୍ରସିଦ୍ଧ ଯାତ୍ରା । ପ୍ରତିବର୍ଷ ଦୋଳପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠରେ ଏହି ଯାତ୍ରାର ଆୟୋଜନ ହୋଇଥାଏ । ଦୋଳପୂର୍ଣ୍ଣିମାର ମଧ୍ୟରାତ୍ରରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ମଧ୍ୟରାତ୍ରରୁ ସ୍ବତନ୍ତ୍ର ପାରମ୍ପରିକ ରୀତିନୀତିରେ ମାଆଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଏହି ଯାତ୍ରା ତିନିଦିନ ଧରି ଚାଲିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବ୍ରହ୍ମପୁର

ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଥିବା ମା' ସିଦ୍ଧ ବାଙ୍କେଶ୍ଵରୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ମାନସିକଧାରୀଙ୍କ ସମାଗମ ହୋଇଥାଏ । ସେଠାରେ ମା'ଙ୍କୁ ପୂଜାର୍ଚ୍ଚନା କରିବା ସହ ଶିଶୁଙ୍କର ମୁଣ୍ଡନ କରାଯାଏ ।

ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମାଙ୍କର ଏହି ଯାତ୍ରା ଆୟୋଜିତ ହୋଇଆସୁଛି । ଅନ୍ୟପଟେ ମାଆଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ଭକ୍ତଙ୍କ ପାଇଁ ଲମ୍ୱା ଦର୍ଶନର ବ୍ୟବସ୍ଥା ହୋଇଛି । ଏହାସହ ଭକ୍ତଙ୍କ ସମାଗମକୁ ନେଇ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସର ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details