ଓଡିଶା

odisha

ETV Bharat / city

ଗଜପତିରେ ନର୍ସିଂ ଛାତ୍ରୀଙ୍କ ମୃତ୍ୟୁକୁ ବିତିଲା ୧୦ ଦିନ, ରହସ୍ୟ ଉପରୁ କେବେ ଉଠିବ ପରଦା ?

ଗଜପତି ନର୍ସିଂ କଲେଜ ଛାତ୍ରୀ ଅଖିଲା ବେହେରାଙ୍କ ଝୁଲନ୍ତା ମୃତଦେହ କ୍ଲାସ୍ ରୁମରୁ ଉଦ୍ଧାର ହେବା ଘଟଣା । ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇବାରେ ବିଫଳ ରହିଛି ପୋଲିସ । ଏପଟେ ଏହା ଆତ୍ମହତ୍ୟା ନା ଏହା ପଛରେ ରହିଛି ଅନ୍ୟ କୌଣସି ରହସ୍ୟ, ସେ ନେଇ ଧିରେ ଧିରେ ବଢୁଛି ସନ୍ଦେହ ।

By

Published : Aug 8, 2022, 10:14 PM IST

Updated : Aug 10, 2022, 12:24 PM IST

ଗଜପତିରେ ନସିଂ ଛାତ୍ରୀଙ୍କ ମୃତ୍ୟୁକୁ ବିତିଲା ୧୦ ଦିନ
ଗଜପତିରେ ନସିଂ ଛାତ୍ରୀଙ୍କ ମୃତ୍ୟୁକୁ ବିତିଲା ୧୦ ଦିନ

ବ୍ରହ୍ମପୁର: ଗଜପତି ନର୍ସିଂ କଲେଜ ଛାତ୍ରୀ ଅଖିଲା ବେହେରାଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଟାଣି ହୋଇଯାଉଛି । ଗଞ୍ଜାମ ଜିଲ୍ଲାର ହରିପୁର ଗ୍ରାମର ଅଖିଲା ବେହେରାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର । ଏନେଇ ସାମନାକୁ ଆସିଛି ଏକ ନୂଆ ତଥ୍ୟ । ଏହି ସମୟରେ ଘଟଣାର ପ୍ରକୃତ ତଦନ୍ତ ଦାବି କରିଛନ୍ତି ଅଖିଲାଙ୍କ ପରିବାର ଲୋକେ ।

ଗଜପତିରେ ନର୍ସିଂ ଛାତ୍ରୀଙ୍କ ମୃତ୍ୟୁକୁ ବିତିଲା ୧୦ ଦିନ

ମୃତ ଅଖିଲାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, "ଓଡିଶାରେ ରହିଥିବା ଉକ୍ତ ଶିକ୍ଷାନୁଷ୍ଠାନରେ ପୂର୍ବରୁ ଝିଅ ଓଡିଆରେ କଥା କହିଥିବାରୁ ତାଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ସେଠାରେ କେବଳ ତେଲୁଗୁ ନହେଲେ ଇଂରାଜୀରେ କହିବାକୁ ବାଧ୍ୟ କରାଯାଉଥିଲା । ଘଟଣାଦିନ ରାତି ୧୨ ଟା ପରଠାରୁ ସକାଳ ୮ଟା ପର୍ଯ୍ୟନ୍ତ କାହିଁ ଓ କେଉଁ କାରଣରୁ ବନ୍ଦ ହୋଇଥିଲା ସିସିଟିଭି ? ଏହି ଘଟଣାକୁ ନେଇ ପୋଲିସ ପ୍ରଶାସନ ପ୍ରକୃତ ଘଟଣାର ତଦନ୍ତ କରୁ ।"

ଅନ୍ୟପଟେ ଅଖିଲାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ,"ମୃତଦେହ ଝୁଲୁଥିବା ସ୍ଥାନଟି ଅଧିକ ଉଚ୍ଚରେ ରହିଥିବା ବେଳେ କିପରି ଚଢିଲେ ଅଖିଳା ? ଯଦି ଆତ୍ମହତ୍ୟା କରିଥାନ୍ତେ ତାହେଲେ ଲୁଗାରେ ପାଞ୍ଚଟି ଗଣ୍ଠିର କଣ ରହିଥିଲା ଆବଶ୍ୟକତା ? ଝିଅକୁ ମାରି ସେଠାରେ ଝୁଲାଇ ଦିଆଯାଇଛି । ଘଟଣାର ତଦନ୍ତ କରାଯାଉ । ମୋ ଝିଅକୁ ନ୍ୟାୟ ମିଳୁ । ଦୋଷୀକୁ କୋଠର ଦଣ୍ଡ ଦିଆଯାଉ ।"

ଅଖିଳାଙ୍କ ସହପାଠୀଙ୍କ କହିବା ଅନୁସାରେ, ପରୀକ୍ଷା ହଲରେ ଅଖିଲା କପି କରି ଲେଖୁଥିବା ଦର୍ଶାଇ କଲେଜ ଅଧ୍ୟକ୍ଷା ଅପମାନିତ କରିଥିଲେ । ବାରମ୍ବାର କଲେଜ୍ ଅଧ୍ୟକ୍ଷାଙ୍କ ନିର୍ଯାତନା ସହିନପାରି ସେ ଏଭଳି ଆତ୍ମହତ୍ୟା କରିଛନ୍ତି । ସେପଟେ ଛାତ୍ରୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷା ।

ଅନ୍ୟପଟେ ଗ୍ରାମବାସୀଙ୍କ ପକ୍ଷରୁ ଘଟଣାର ପ୍ରକୃତ ସତ୍ୟାସତ୍ୟା ଅନୁସନ୍ଧାନ ସହିତ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ମୃତ ଛାତ୍ରୀଙ୍କ ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ । ଅନ୍ୟପଟେ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣା ଉପରୁ ପରଦା ହଟାଇ ପାରିନାହିଁ । ଏହି ଘଟଣାରେ ସିସି ଟିଭି ଫୁଟେଜ୍ ଜବତ କରି ଫରେନସିକ୍ ଲେବ୍ରୋଟେରୀକୁ ପଠାଇବା ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଗଜପତି ଏସଡିପିଓ । ତେବେ ନର୍ସିଂ ଛାତ୍ରୀ ଅଖିଳା ବେହେରା କାହିଁକି ଏଭଳି ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କେବେ ସତ୍ୟ ଲୋକଲୋଚନକୁ ଆସିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 10, 2022, 12:24 PM IST

ABOUT THE AUTHOR

...view details