ଓଡିଶା

odisha

ETV Bharat / city

'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମକୁ ଉଦଘାଟନ କଲେ ବାଚସ୍ପତି

ରାଜ୍ୟ ସରକାରଙ୍କ 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକରେ ଆରମ୍ଭ ହୋଇଛି । ତହସିଲ କାର୍ଯ୍ୟାଳୟକୁ ଆଉ ଧାଇଁବାକୁ ପଡିବ ନାହିଁ । ପ୍ରତ୍ୟକ ଗ୍ରାମକୁ ରଜସ୍ବ ଅଧିକାରୀ, ତହସିଲ କାର୍ଯ୍ୟାଳୟର ଅଧିକାରୀ ମାନେ ଆସି ଜନସାଧାରଣଙ୍କୁ ସେବା ଯୋଗାଇବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Oct 18, 2019, 2:33 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧିନସ୍ଥ ବମକେଇ ଶିବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ପଡିଆରେ 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ।

'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ ଗ୍ରାମକୁ ରାଜସ୍ବ ବିଭାଗ ଏବଂ ତହସିଲର ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ସାଧାରଣ ଲୋକଙ୍କ ରହିଥିବା ସମସ୍ତ କାର୍ଯ୍ୟ କରିବେ । ଏହି ପ୍ରକ୍ରିୟା ଆରମ୍ଭ ହେବା ଦ୍ବାରା ସାଧାରଣ ଜନତା ଏହାକୁ ନେଇ ପୂର୍ବରୁ ହେଉଥିବା ନାନା ହଇରାଣ ହରକତ ହେବାକୁ ପଡିବ ନାହିଁ ।

ଏହି ଅବସରରେ ରାଜସ୍ବ ସମ୍ବନ୍ଧୀୟ ସମସ୍ତ ସୁବିଧା ସୁଯୋଗ ଲୋକଙ୍କୁ ହାତ ପାହାନ୍ତାରେ ଯୋଗାଇ ଦେବା ହିଁ ଏହାର ଆଭିମୁଖ୍ୟ ବୋଲି ବାଚସ୍ପତି ପାତ୍ର କହିଛନ୍ତି । ଏଥିରେ ମୁଖ୍ୟତଃ ରାଜସ୍ବ ବିଭାଗର ବସୁନ୍ଧରା, ମ୍ୟୁଟେସନ, ଇ-ପାଉତି, ଗ୍ରାମକଣ୍ଠ, ୧୯(୧)ସି ଓଏଲ୍ଆର୍ ୮ ଏ , ମିସଲେସନ୍ ଆଦି ପ୍ରମାଣପତ୍ର କରିବା ନେଇ ପୃଥକ ପୃଥକ ଭାବେ ସମୁଦାୟ ୧୬ ଗୋଟି ଷ୍ଟଲ୍ ଖୋଲାଯାଇଛି । ବଡଡୁମୁଳା, ଜକର ଏବଂ ଦେଓଖାଳି ରାଜସ୍ବ ନିରୀକ୍ଷକ ଇଲାକାର ଶତାଧିକ ଆବେଦନକାରୀ ନିଜ ନିଜର ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆସି ସୁବିଧା ସୁଯୋଗ ପାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ତହସିଲଦାର ଆଦିତ୍ୟ କୁମାର ସ୍ବାଇଁ, ବିଡିଓ ହଳଧର ଶବର ବ୍ଳକ ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ଶେଷରେ ମହାବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details