ଓଡିଶା

odisha

ETV Bharat / city

ଲାପ୍ରୋସ୍କୋପି ଅସ୍ତ୍ରୋପଚାର ସଂପର୍କରେ MKCG ମେଡିକାଲ ଚିକିତ୍ସକଙ୍କୁ ପ୍ରଶିକ୍ଷଣ - trained about laparoscopy operation

ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ (ଏମକେସିଜି) ଚିକିତ୍ସକଙ୍କୁ ଲାପ୍ରୋସ୍କୋପି ଅସ୍ତ୍ରୋପଚାର ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି । କିପରି କରାଯାଏ ଲାପ୍ରୋସ୍କୋପି ଅସ୍ତ୍ରୋପଚାର? ଜଣେ ମନୁଷ୍ୟର ଶରୀରରେ ଛୋଟ ଛିଦ୍ର ଦେଇ ଏହାର ଅସ୍ତ୍ରୋପଚାର କରାଯାଇ କିପରି ସଫଳ ଅସ୍ତ୍ରୋପଚାର ପରେ ଶରୀର ମଧ୍ୟରେ ସିଲେଇ କରାଯାଇଥାଏ, ଏଭଳି ଦୁଇ ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଏମକେସିଜି
ଏମକେସିଜି

By

Published : Apr 18, 2022, 10:50 PM IST

ବ୍ରହ୍ମପୁର:ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ (ଏମକେସିଜି) ଚିକିତ୍ସକଙ୍କୁ ଲାପ୍ରୋସ୍କୋପି ଅସ୍ତ୍ରୋପଚାର ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି । କିପରି କରାଯାଏ ଲାପ୍ରୋସ୍କୋପି ଅସ୍ତ୍ରୋପଚାର ? ଜଣେ ମନୁଷ୍ୟର ଶରୀରରେ ଛୋଟ ଛିଦ୍ର ଦେଇ ଏହାର ଅସ୍ତ୍ରୋପଚାର କରାଯାଇ କିପରି ସଫଳ ଅସ୍ତ୍ରୋପଚାର ପରେ ଶରୀର ମଧ୍ୟରେ ସିଲେଇ କରାଯାଇଥାଏ, ଏଭଳି ଦୁଇ ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି ।

ଲାପ୍ରୋସ୍କୋପି ଅସ୍ତ୍ରୋପଚାର ସଂପର୍କରେ ଏମକେସିଜି ମେଡିକାଲ ଚିକିତ୍ସକଙ୍କୁ ପ୍ରଶିକ୍ଷଣ

ଏକ ଶୀତତାପ ନିୟନ୍ତ୍ରିତ ବସ ମଧ୍ୟରେ ଏଭଳି ଲାପ୍ରୋସ୍କୋପି ଅସ୍ତ୍ରୋପଚାର ପାଇଁ ରହିଥିବା ସରଞ୍ଜାମ ରହିଥିବା ବେଳେ ଏକ ସଙ୍ଗେ ଏହି ତାଲିମ ୧୫ ଜଣ ତାଲିମ ନେଇପାରିବେ । ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲରେ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ସମେତ ସର୍ଜରୀ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରମୁଖ ବିଭାଗର ବରିଷ୍ଠ ଚିକିତ୍ସକଙ୍କ ସମେତ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଦୁଇ ଦିନିଆ ପ୍ରଶିକ୍ଷଣରେ ଏହି ଅସ୍ତ୍ରୋପଚାର ସଂପର୍କରେ ରହିଥିବା ସମସ୍ତ ତାଲିମ ଶେଷ କରିବା ପରେ ଏହି ରୋଗୀ ସେବା କ୍ଷେତ୍ରରେ ଅନେକ ସହାୟକ ହେବ ବୋଲି କୁହାଯାଇଛି ।

ପୂର୍ବରୁ ଏଥିପାଇଁ ଚିକିତ୍ସକ ମାନେ ବିଭିନ୍ନ ଅଞ୍ଚଳକୁ ଯାଇ ତାଲିମ ନେଇ ଆସୁଥିବାର ନଜର ରହିଥିବା ବେଳେ ଜନସନ ଏଣ୍ଡ ଜନସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଏହି ତାଲିମର ଶୁଭାରମ୍ଭ ସମୟରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଧ୍ୟକ୍ଷ ପ୍ରଫେସର ଅବନୀ କାନ୍ତ ମିଶ୍ର , ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର , ବରିଷ୍ଠ ଚିକିତ୍ସକ ପ୍ରଫେସର ଚରଣ ପଣ୍ଡା , ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଭାଗର ବିଭାଗୀୟ ମୁଖ୍ୟ , ଡାକ୍ତର ଭାରତୀ ମିଶ୍ରଙ୍କ ସମେତ ବ୍ରହ୍ମପୁର ଏମକେସିଜି ମେଡିକାଲର ବରିଷ୍ଠ ଚିକିତ୍ସକ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details