ବ୍ରହ୍ମପୁର: MKCG ମେଡିକାଲ କଲେଜର ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ (Fire Breaks out in MKCG) । ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଫାଇଲ ଓ ଆସବାବପତ୍ର ପୋଡି ନଷ୍ଟ ।
ସଟସର୍କିଟରୁ MKCG ପ୍ରଶାସନିକ କୋଠାରେ ଲାଗିଲା ନିଆଁ, ଜଳିଗଲା ଫାଇଲ
ବ୍ରହ୍ମପୁର MKCG ମେଡିକାଲ କଲେଜର ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ । ଫାଇଲ ଓ ଆସବାବ ପତ୍ର ପୋଡି ନଷ୍ଟ । ଅଧିକ ପଢନ୍ତୁ
MKCG ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ, ଆସବାବ ପତ୍ର ଜଳିପୋଡି ନଷ୍ଟ
ସୂଚନାଅନୁସାରେ, ଆଜି(ସୋମବାର) ଭୋର ୪ଟା ସମୟରେ ସଟସର୍କିଟରୁ ଏମ୍କେସିଜି ଏଷ୍ଟାବ୍ଲିସ୍ମେଣ୍ଟ ବିଭାଗରେ ନିଆଁ ଲାଗିଯାଇଥିଲା । ଫଳରେ ବିଭାଗରେ ରହିଥିବା ଫାଇଲ ଓ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ MKCG ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦୀପ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ପହଞ୍ଚି ନିଆଁକୁ ପହଞ୍ଚି ଆୟତ୍ତ କରିଥିଲେ । ତେବେ କାନ୍ଥରେ ଲାଗିଥିବା ଏକ ଫ୍ୟାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ତଳେ ପଡ଼ିଥିବା ବେଳେ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ