ଓଡିଶା

odisha

By

Published : Aug 19, 2019, 2:38 AM IST

ETV Bharat / city

ମିନି ବସ ଚୋରି କରି ନେଉଥିବା ସମୟରେ ଘଟିଲା ଦୁର୍ଘଟଣା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଏକ ମିନି ବସକୁ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇଯାଉଥିବା ସମୟରେ ଘଟିଲା ଦୁର୍ଘଟଣା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ସେପଟେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ମିନି ବସ ଚୋରି କରିବା ପଡିଲା ମହଙ୍ଗା । ନିଜକୁ ବସ ଡ୍ରାଇଭର କହି ମିନି ବସକୁ ଚୋରି କରିନେଉଥିଲା ଜଣେ ଦୁର୍ବୃତ୍ତ । କିନ୍ତୁ ଗାଡିକୁ ଚୋରି କରି ନେଉଥିବା ସମୟରେ ଘଟିଲା ଦୁର୍ଘଟଣା । ଆଉ ଧରା ପଡିଲା ଚୋର । ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥବା ବେଳେ ସ୍ଥାନୟୀ ଲୋକେ ଚୋରକୁ ଠାବ କରିବାରେ ସଫଳ ହୋଇଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ ରବିବାର ଦିଗପହଣ୍ଡିରୁ ଆସିକାକୁ ଚଳାଚଳ କରୁଥିବା ମାଁ ଖମ୍ବେଶ୍ବରୀ ନାମକ ମିନିବସ ଦିଗପହଣ୍ଡି ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ଛିଡା ହୋଇରହିଥିଲା। ଠିକ ଏହି ସମୟରେ କେହି ଜଣେ ଅଜଣା ବ୍ୟକ୍ତି ନକଲି ଚାବି ବ୍ୟବହାର କରି ଉକ୍ତ ବସକୁ ଚଲାଇ ନେଇ ପଳାଇଥିଲା । ତେବେ ଗାଡି ନେବାର ମାତ୍ର ୨୦୦ ମିଟର ପରେ ଭାରସାମ୍ୟ ହରାଇ ରାସ୍ତାରେ ରହିଥିବା ଡିଭାଇଡର୍ ଉପରକୁ ମାଡିଯାଇଥିଲା ।

ସେପଟେ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ମିନିବସକୁ ଦେଖି ସନ୍ଦେହ କରିଥିଲେ । ଉକ୍ତ ଗାଡି ଡ୍ରାଇଭର ସେହି ଅଞ୍ଚଳରେ ନୂଆ ବୋଲି ଭାବି ତୁରନ୍ତ ଗାଡି ମାଲିକ ବିନୋଦ ସାହୁଙ୍କୁ ଯୋଗାଯୋଗ କରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉକ୍ତ ଚୋରକୁ ପୋଲିସ ହାତରେ ହସ୍ତାନ୍ତର କରିଥିଲେ ।

ସେପଟେ ଥାନାରେ ଅଟକ ରଖାଯାଇଥିବା ଅଜଣା ବ୍ୟକ୍ତି ଜଣକ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଛି । ସେ କେତେବେଳେ ଉତ୍ତରପ୍ରଦେଶ ତ ଆଉ କେତେବେଳ ବିହାରର ବାସିନ୍ଦା ବୋଲି ନିଜର ପରିଚୟ ଦେଉଥିବା ଜଣାପଡିଛି । ପୋଲିସ ପଚରାଉଚୁରା ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details