ବ୍ରହ୍ମପୁର:କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ । ମନରେ କେତେ ଆଶା ନେଇ ଆସିଥିବେ ସେ । ହେଲେ ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ । ଟ୍ରେନରେ ଘରକୁ ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଣ୍ଡଦେଉଳି ଗାଁର ୩୯ ବର୍ଷୀୟ ବିଶ୍ଵନାଥ ଜେନାଙ୍କ ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ବିଶ୍ବନାଥ ସୁରତରେ ରୁହନ୍ତି । ତାଙ୍କର ଅନ୍ୟଜଣେ ବନ୍ଧୁଙ୍କ ସହିତ ଅହମ୍ମଦାବାଦ-ପୁରୀ ଟ୍ରେନରେ ସୁରତରୁ ନିଜ ଗାଁକୁ ଫେରୁଥିଲେ । ରାତିରେ ଟ୍ରେନରେ ହଠାତ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହା ପରେ ବିଶ୍ରାମ ନେବା ପାଇଁ ଶୋଇ ପଡିଥିଲେ । ହେଲେ କିଏ ଜାଣିଥିଲା ତାଙ୍କର ଏହା ଶେଷ ନିଦ ବୋଲି । ସବୁ ଦିନ ପାଇଁ ଶୋଇଯାଇଥିଲେ ସେ ।