ଓଡିଶା

odisha

ETV Bharat / city

ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନାରେ ଖଟିଖିଆଙ୍କୁ ମିଳୁଛି ରୋଜଗାର - saharanchal rojgar yojana

ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନାରେ ଖଟିଖିଆଙ୍କୁ ମିଳୁଛି ରୋଜଗାର । ମହାମାରୀ କାଳରେ ବି ମୁହଁରେ ଦେଉଛି ଦାନା । ଅଧିକ ପଢନ୍ତୁ.....

mgnrega gives job opportunity to daily labour
ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନାରେ ଖଟିକିଆଙ୍କୁ ମିଳୁଛି ରୋଜଗାର

By

Published : Jan 9, 2021, 9:11 PM IST

ଭୁବନେଶ୍ବର: କୋରୋନା ଦୋହଲାଇ ଦେଇଛି ଜୀବନ ଜୀବିକା । କାହାର ଚାକିରୀ ଯାଇଛି ତ ଆଉ କିଏ ହାତ ବାନ୍ଧି ଘରେ ବସିଛି । ହେଲେ ଏହି ମହାମାରୀ ସମୟରେ ଖଟିଖିଆଙ୍କ ପାଇଁ ଆଶାର ଆଲୋକ ସାଜିଛି ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନା । ଖଟିଖିଆଙ୍କୁ ରୋଜଗାର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କାମ ଅଭାବରୁ ଯେପରି ଗୋଟିଏ ବି ପରିବାର ଉପାସ ନ ରୁହନ୍ତି ସେନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗା ସହିତ ସହରାଞ୍ଚଳ ରୋଜଗାର ଯୋଜନାରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନାରେ ଖଟିକିଆଙ୍କୁ ମିଳୁଛି ରୋଜଗାର


ମନରେଗା ଜରିଆରେ, ଗତ ଆର୍ଥିକ ବର୍ଷରେ ୨.୯୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ୭.୨୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୫ କୋଟି ମାନବ ଦିବସ ସୃଷ୍ଟି କରାଯାଇ ସାରିଛି । ୩୧ ଲକ୍ଷ ପରିବାର ଓ ୫୧ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ଦୈନିକ ହାରାହାରି ୧୦.୨୩ ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି । ଏନେଇ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କ ସୂଚନ ଦେଇଛନ୍ତି । ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।

ଯେଭଳି ଠିକ ସମୟରେ ସେମାନଙ୍କ ପ୍ରାପ୍ୟ ପାଇବେ ସେନେଇ ମୋ ସରକାର ଜରିଆରେ ହିତାଧିକାରୀଙ୍କୁ ଫୋନ କରି ମଜୁରୀ ବିଷୟରେ ତଦାରଖ ପାଇଁ ବ୍ୟବସ୍ଥା ହୋଇଛି। ଗତ ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ଏହି ରୋଜଗାର ଯୋଜନା ସଂପର୍କରେ ଫିଡବ୍ୟାକ ପାଇଁ ସ୍ବତନ୍ତ୍ର ଭାବରେ ମୋ ସରକାର ସେଲ୍‌ କାର୍ଯ୍ୟ କରୁଛି। ଲାକଡାଉନ ସମୟରେ ସର୍ବାଧିକ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଆସିଥିବା ଜଣାପଡିଛି।


ମନରେଗା ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ଓ ସୋନପୁର ଆଗରେ ରହିଛନ୍ତି । ଯେଉଁ ଜିଲ୍ଲା ଗୁଡିକରେ ଲୋକମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି । ସେସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକ୍‌ସ ଦେବାର ଆବଶ୍ୟକତା ରହିଛି। ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଆବଶ୍ୟକ ।

ରାଜ୍ୟରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ସରକାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ସରକାରୀ ତଥ୍ୟ ଯଦିଓ କିଛିଟା ଆଶ୍ବସନା ଆଣିଛି ତେବେ ଅନେକ ସ୍ଥାନରେ ଏବେବି ମଣିଷ ସ୍ଥାନରେ ମେସିନ କାମ କରୁଛି । ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟ ଆସୁଛି । ଏସବୁ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details