ଓଡିଶା

odisha

ରାସ୍ତାରେ ପ୍ରସବ କଲେ ମାନସିକ ବିକାରଗ୍ରସ୍ତ ମହିଳା, ସ୍ଥାନୀୟ ଲୋକେ କଲେ ଉଦ୍ଧାର

By

Published : Sep 23, 2019, 10:54 AM IST

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନାଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସ୍ଥାନୀୟ ବମକୋଇ ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନାଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସ୍ଥାନୀୟ ବମକୋଇ ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଯାହା ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ସୋମବାର ସକାଳେ ହଠାତ୍‌ ପ୍ରସବ ବେଦନା ସହି ନପାରି ବାଲିଯୋଡି ମାଣିକପୁର ରାସ୍ତା ମଧ୍ୟରେ ଥିବା ଏକ ଚାଷ ଜମି ପାଖରେ ମହିଳା ଜଣଙ୍କ ପ୍ରସବ କରିଥିଲେ । ଯାହାକୁ ସ୍ଥାନୀୟ କିଛି ମହିଳା ଓ ଲୋକେ ଦେଖି ଉଭୟ ମା’ ଓ ଶିଶୁକୁ ଉଦ୍ଧାର କରି ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମହିଳା ଜଣଙ୍କ ପରିଚୟ ମିଳିପାରି ନାହିଁ । ମହିଳା ଜଣଙ୍କ ଆଖପାଖ ଅଞ୍ଚଳରେ ପ୍ରାୟ 2-3 ବର୍ଷ ହେବ ବୁଲୁଥିବା ବେଳେ ହଠାତ୍‌ ଏପରି ସ୍ଥିତି ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details