ଓଡିଶା

odisha

ETV Bharat / city

ଜମାକାରୀଙ୍କ ଅର୍ଥ ଫେରସ୍ତକୁ ନେଇ ଆଲୋଚନା - account holder

କିଭଳି ସାହାରା ଇଣ୍ଡିଆରେ ଜମାକରିଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ ସେ ନେଇ ପୋଲିସ ଏବଂ ସାହାରା ଇଣ୍ଡିଆର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 16, 2019, 6:54 AM IST

ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପୋଲିସ ଏବଂ ସାହାରା ଇଣ୍ଡିଆର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଛି । ଏଥିରେ କିଭଳି ସାହାରା ଇଣ୍ଡିଆରେ ଜମାକରିଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସହର ସମେତ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ନିଜର କଷ୍ଟ ଅର୍ଜିତ ଅର୍ଥରୁ ସଞ୍ଚୟ କରି କିଛି ଭବିଷ୍ୟତ ପାଇଁ ସାହାରା ଇଣ୍ଡିଆର ବ୍ରହ୍ମପୁର କାର୍ଯ୍ୟାଳୟରେ ବିଭିନ୍ନ ଯୋଜନାରେ ଜମା ରଖିଥିଲେ । ହେଲେ ସୁପ୍ରିମକୋର୍ଟ ପକ୍ଷରୁ ସାହାରା ଇଣ୍ଡିଆର କେତେକ ସ୍କିମ୍ କୁ ନେଇ ପ୍ରଶ୍ନ ଉଠାଇ ଏହାର ସମ୍ପତ୍ତି ବିକ୍ରି ଉପରେ ରୋକ ଲଗାଯାଇଥିଲା । ଏହାସହ ଜମାକାରୀଙ୍କ ଅର୍ଥକୁ ଫେରସ୍ତ କରିବା ପାଇଁ ନିର୍ଦ୍ଧେଶନାମା ଦିଆଯାଇଥିଲା । କିନ୍ତୁ କିଛି ପ୍ରତିବନ୍ଧକକୁ ନେଇ ଜମାକାରୀଙ୍କ ଅର୍ଥକୁ ଫେରାଇ ଦିଆ ଯାଉନଥିବା ଯୋଗୁଁ ସାଧାରଣ ଜନତା ନାନା ହଟ୍ଟହଟା ହେଉଛନ୍ତି ।

ଜମାକାରୀ ମାନଙ୍କ ବିଭିନ୍ନ ସ୍କିମ୍ ର ଅର୍ଥ ସହ ମେଚ୍ୟୁରିଟି ଭାଲ୍ୟୁ ମିଳିପାରୁ ନଥିବାରୁ ଏହାକୁ ନେଇ ସାଧାରଣ ଜନତା ସାହାରା ଏଜେଣ୍ଟ ମାନଙ୍କୁ ନାନା ହଇରାଣ କରୁଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details