ବ୍ରହ୍ମପୁର: ଦ୍ବିତୀୟ ଦିନରେ ପହଞ୍ଚିଛି ବ୍ରହ୍ମପୁର MKCG ମେଡିକାଲ ସମ୍ମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଆନ୍ଦୋଳନ । ଦକ୍ଷିଣ ଓଡି଼ଶାବାସୀ ନିର୍ଭର କରୁଥିବା ଏହି ମେଡିକାଲର ପ୍ରମୁଖ ସମସ୍ୟାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା ଜାରି ରହିଛି । ବାରମ୍ବାର ଏ ନେଇ ଖବର ପ୍ରସାରଣ ପରେ ମଧ୍ୟ ସରକାର ଗୁରୁତ୍ବାରୋପ ନ କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏଭଳି ଧାରଣା ଦେଇଛନ୍ତି ।
ଦ୍ୱିତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା, ସମର୍ଥନ କଲେ ପ୍ରିନ୍ସିପାଲ ମେଡିକାଲରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ପ୍ରମୁଖ ସମସ୍ୟାର ସମାଧାନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଗଣଧାରଣାକୁ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ସମର୍ଥନ ଜଣାଇବା ସହ ଧାରଣାରେ ସାମିଲ ହୋଇଥିବା ଦେଖାଯାଇଛି । ଆଜିର ଏହି ଶାନ୍ତିପୂର୍ଣ୍ଣ ଗଣଧାରଣାରେ ସହରର କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ବିଭିନ୍ନ ସାମାଜିକ ଓ ବୁଦ୍ଧିଜୀବୀ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ ମାନେ ଉପସ୍ଥିତ ରହିଛନ୍ତି ।
ଏହା ବି ପଢନ୍ତୁ- MKCG ମେଡିକାଲ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା
ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଏମକେସିଜି ମେଡିକାଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଅବନୀକାନ୍ତ ମିଶ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଡାକ୍ତର ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ଅନିଚ୍ଛାକୃତ ଭାବରେ କେବଳ MKCGରେ ନୁହେଁ ସମସ୍ତ ସ୍ଥାନରୁ ଡାକ୍ତରଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଦାବି ଯଥାର୍ଥ ରହିଥିବା ବେଳେ ଏହାର ସମାଧାନ କରିବା ପାଇଁ ମେଡିକାଲ ପକ୍ଷରୁ ଉଦ୍ୟମ କରାଯାଉଥିବା କହିଛନ୍ତି ।
ଏପରିକି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ପାଇଁ ରାଜ୍ୟରେ ପ୍ରଥମ ମେଡିକାଲ କଲେଜ ଭାବରେ ଏମକେସିଜିରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏହାକୁ କଡାକଡି କରାଯାଇଛି । ସେହିପରି ବର୍ଣ୍ଣ କେୟାର ୟୁନିଟ ଖୋଲାଯିବା ସହ ଟ୍ରମା କେୟାର ସେଣ୍ଟର ସଂପର୍କରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ସରକାର ସମସ୍ତ ବିଷୟ ଉପରେ ନଜର ରଖିଥିବା ବେଳେ ଏହି ସମସ୍ତ ସମସ୍ୟାର କିପରି ସମାଧାନ ହେବ ସେ ନେଇ ନିଜର ପ୍ରଚେଷ୍ଟା ଜାରି ରଖିଥିବା କହିଛନ୍ତି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ