ଓଡିଶା

odisha

ETV Bharat / city

କାଳିଆ ଯୋଜନା ନାଁରେ ଆଦିବାସୀ ମହିଳାଙ୍କୁ ଠକେଇ, ଅଭିଯୁକ୍ତ ଗିରଫ - cheating tribal women in ganjam

କାଳିଆ ଯୋଜନା ନାମରେ ଆଦିବାସୀ ମହିଳାଙ୍କୁ ଠକେଇ କରିବା ଅଭିଯୋଗରେ ଗିରଫ ହେଲେ କୃଷ୍ଣ ସେଠୀ । ଥାନା କେସ୍‌ ନଂ. ୨୬୫/୨୦ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

କାଳିଆ ଯୋଜନା ନାମରେ ଆଦିବାସୀ ମହିଳାଙ୍କୁ ଠକେଇ କରି ଗିରଫ ହେଲେ ଅଭିଯୁକ୍ତ
କାଳିଆ ଯୋଜନା ନାମରେ ଆଦିବାସୀ ମହିଳାଙ୍କୁ ଠକେଇ କରି ଗିରଫ ହେଲେ ଅଭିଯୁକ୍ତ

By

Published : Nov 12, 2020, 10:15 AM IST

ବ୍ରହ୍ମପୁର: କାଳିଆ ଯୋଜନା ନାମରେ ଆଦିବାସୀ ମହିଳାଙ୍କୁ ଠକେଇ କରିବା ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଅଧିନସ୍ଥ ଚଢ଼େୟାଗରଦ ଗ୍ରାମରେ ନିରୀହ ଆଦିବାସୀ ମହିଳାଙ୍କ ଠାରୁ କାଳିଆ ଯୋଜନା ଯୋଗାଇ ଦେବାର ପ୍ରତିଶୃତି ଦେଇ ଟଙ୍କା ଠକି ନେବା ମାମଲାରେ ପୋଲିସ ସାନଡୁମ୍ବୁଳା ଗ୍ରାମର କୃଷ୍ଣ ସେଠୀ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ସୂଚନାନୁଯାୟୀ, ଗିରଫ ଅଭିଯୁକ୍ତ କୃଷ୍ଣ ଚଢ଼େୟାଗରଦ ଗ୍ରାମର ସୁରୁଖା ମଳିକ, ଦୌପତି ମଲ୍ଲିକ, ଗୁଦୁ ମଲ୍ଲିକ ଏବଂ ବାଙ୍କ ମଲ୍ଲିକଙ୍କ ଠାରୁ ୧୦ ହଜାର ଟଙ୍କା ଜମା କଲେ ୨୨ ହଜାର ଟଙ୍କା ଫେରସ୍ତ ହେବ କହି ମହିଳା ମାନଙ୍କୁ ଜନସେବା କେନ୍ଦ୍ରକୁ ଡାକି ବ୍ୟାଙ୍କ ଖାତାରୁ ୩୯୦୦୦ ଟଙ୍କା ବାହାର କରି ଅନ୍ୟ ଏକ ଆକାଉଣ୍ଟରେ ଜମା କରିଦେଇଥିଲା । ସେମାନଙ୍କ ଟଙ୍କା କଟିବା ପରେ ମହିଳାମାନେ ଯୁବକ ଜଣକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଧରି ଥାନାକୁ ଆଣି ପଚରାଉଚରା ସମୟରେ ତା ନିକଟରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସିଲ୍‌ ଓ ଅନ୍ୟ କାଗଜପତ୍ର ମଧ୍ୟ ଜବତ କରିଥିଲା । ଏନେଇ ଥାନା କେସ୍‌ ନଂ. ୨୬୫/୨୦ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତ କୃଷ୍ଣ ପୂର୍ବରୁ ଗତ ୨୦୧୮ ଅକ୍ଟୋବର ମାସରେ ହୋଇଥିବା ତିତିଲି ବାତ୍ୟାରେ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ତିତିଲି କ୍ଷତିପୂରଣ ଜମାଖାତାରୁ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details