ଓଡିଶା

odisha

ETV Bharat / city

ରାସ୍ତାରୁ ଅଧ୍ୟାପକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର - near police staion

ରବିବାରେ ସକାଳେ ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ ରାସ୍ତାରେ ଜଗନ୍ନାଥ ମହାବିଦ୍ୟାଳୟର କାର୍ଯ୍ୟରତ ଡେମନଷ୍ଟେଟର ଅଶ୍ବିନୀ କୁମାର ମିଶ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jun 30, 2019, 9:43 AM IST

ବ୍ରହ୍ମପୁର: ରମ୍ଭାରୁ ମିଳିଲା ଅଧ୍ୟାପକଙ୍କ ସନ୍ଦେହଜନକ ମୃତଦେହ । ରବିବାର ସକାଳେ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ ରାସ୍ତା ମଧ୍ୟରେ ଜଣେ ଅଧ୍ୟାପକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଅଧ୍ୟାପକ ଜଣକ ହେଲେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର କାର୍ଯ୍ୟରତ ଡେମନଷ୍ଟେଟର ଅଶ୍ବିନୀ କୁମାର ମିଶ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର


ସୂଚନା ଅନୁଯାୟୀ, ଅଶ୍ବିନୀ କୁମାର ମିଶ୍ରଙ୍କ ମୁଣ୍ଡ ସମେତ ମୁହଁରେ ଗଭୀର କ୍ଷତ ଲାଗିବା ସହ ମୃତଦେହ ନିକଟରେ ଏକ ବୁଲେଟ ପଡିରହିଛି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବର ପାଇ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details