ବ୍ରହ୍ମପୁର: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମି ପୂଜନ ହେବ । ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ରାମ ମନ୍ଦିର ଭୂମି ପୂଜନ: ତାରାତାରିଣୀ ପୀଠରୁ ଗଲା ମାଟି-ଜଳ - Taratarini Pitha Ganjam
ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମାଆ ତାରା ତାରିଣୀଙ୍କ ପୀଠ ରତ୍ନଗିରି ପାହାଡରୁ ମାଟି ଓ ପବିତ୍ର ଋଷିକୁଲ୍ୟା ନଦୀର ଜଳ ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ପଠାଯାଇଛି ।
ରାମ ମନ୍ଦିର ଭୂମି ପୂଜନ: ତାରାତାରିଣୀ ପୀଠରୁ ଗଲା ମାଟି-ଜଳ
ତେବେ ଏହା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନର ଶକ୍ତିପୀଠର ମାଟି ଓ ପବିତ୍ର ନଦୀରୁ ଜଳ ଅଯୋଧ୍ୟା ପଠାଯାଉଛି । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମାଆ ତାରା ତାରିଣୀଙ୍କ ପୀଠ ରତ୍ନଗିରି ପାହାଡରୁ ମାଟି ଓ ପବିତ୍ର ଋଷିକୁଲ୍ୟା ନଦୀର ଜଳ ଅଯୋଧ୍ୟା ପଠାଯାଇଛି । ମନ୍ଦିର ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟମାନେ ଏହି ମାଟି ଓ ଜଳ ଅଯୋଧ୍ୟା ପଠାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ