ଓଡିଶା

odisha

ETV Bharat / city

ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ,ଦୁଇ ଗିରଫ

ବ୍ରହ୍ମପୁର ଜିଲ୍ଲା ପୋଲିସ ପକ୍ଷରୁ ଦୁଇଜଣ ଅଭିଯୁକ୍ତଙ୍କୁ ଚାକିରୀ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଏନେଇ ରବିବାର ବ୍ରହ୍ମପୁର ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଅଧିକ ଖବର ପଢନ୍ତୁ...

By

Published : Feb 3, 2020, 1:10 AM IST

ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ,ଦୁଇ ଗିରଫ
ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ,ଦୁଇ ଗିରଫ

ବ୍ରହ୍ମପୁର: ଜିଲ୍ଲା ପୋଲିସ ପକ୍ଷରୁ ଦୁଇଜଣ ଅଭିଯୁକ୍ତଙ୍କୁ ଚାକିରୀ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଏନେଇ ରବିବାର ବ୍ରହ୍ମପୁର ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ସୁଚନାନୁସାରେ , ଗତ ମାସ ୩୦ ତାରିଖରେ ବୈଦ୍ୟନାଥପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ହୋଇଥିଲା । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯାଜପୁରର ରବିନ୍ଦ୍ର ସାହୁ ଓ ଅନ୍ୟଜଣେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଅରୁଣ ବେହେରା ବୋଲି ଜଣାପଡିଛି ।

ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ,ଦୁଇ ଗିରଫ

ଦୁଇ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଭୁବନେଶ୍ବରସ୍ଥିତ ଏକ ଟ୍ରେନିଂ ସେଣ୍ଟରରେ ଚାକିରୀ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି । ଏନେଇ ବର୍ତ୍ତମାନ ସୁଦ୍ଧା ୯ଜଣ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ଠକେଇର ଶିକାର ହୋଇଥିବା ଅନୁମାନ କରାଯାଉଛି ।

ତେବେ ଅଭିଯୁକ୍ତମାନେ ପାଖାପାଖି ୫୦ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବେଳେ ସେମାନଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଯାଞ୍ଚ କରାଯିବା ସହ ଆଗାମୀ ଦିନରେ ଅଧିକ ତଥ୍ୟ ନିମନ୍ତେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସପି ସୂଚନା ପ୍ରଦାନ କରିଛନ୍ତି । ଉଭୟଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ବାସଭବନରୁ ପୋଲିସ ମୋବାଇଲ ଫୋନ , ନକଲି ପରିଚୟ ପତ୍ର, ଏଟିଏମ ଡେବିଟ କାର୍ଡ, ବିଭିନ୍ନ ବ୍ୟାଙ୍କର ଚେକବୁକ, ବ୍ୟାଙ୍କ ପାସବୁକ ଆଦି ଜବତ କରାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details