ଓଡିଶା

odisha

By

Published : Sep 1, 2020, 5:24 PM IST

ETV Bharat / city

ବ୍ରହ୍ମପୁର ସହରର 4 କେନ୍ଦ୍ରରେ ଚାଲିଛି ଜେଇଇ ମେନ ପରୀକ୍ଷା

ବ୍ରହ୍ମପୁର ସହରର ଚାରୋଟି କେନ୍ଦ୍ରରେ ଆୟୋଜିତ ହୋଇଯାଇଛି ଜେଇଇ ପ୍ରବେଶିକା ପରୀକ୍ଷା । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରୁଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଠାରୁ ଆରମ୍ଭ କରି ସାନିଟାଇଜର ବ୍ୟବସ୍ଥା କରାଯିବା ସହ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

jee-main-exam
ବ୍ରହ୍ମପୁର ସହରର 4 କେନ୍ଦ୍ରରେ ଜେଇଇ ମେନ ପରୀକ୍ଷା

ବ୍ରହ୍ମପୁର: କୋରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ଜେଇଇ ପ୍ରବେଶିକା ପରୀକ୍ଷା । ରାଜ୍ୟର 7ଟି ସହରରେ 26ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ 38 ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ରାଜ୍ୟର ବିଭିନ୍ନ କେନ୍ଦ୍ରରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ପରୀକ୍ଷା ଦୁଇଟି ସିଟିଂରେ କରାଯାଇଛି ।

ଏହାକୁ ନେଇ ବ୍ରହ୍ମପୁର ସହର ସମେତ ଉପକଣ୍ଠରେ 4ଟି କେନ୍ଦ୍ରରେ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ପରୀକ୍ଷା କେନ୍ଦ୍ର ଗୁଡିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ ।

ବ୍ରହ୍ମପୁର ସହରର 4 କେନ୍ଦ୍ରରେ ଜେଇଇ ମେନ ପରୀକ୍ଷା

ସେପଟେ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କେନ୍ଦ୍ରରେ ପ୍ରବେଶ କରୁଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ମାସ୍କ ଠାରୁ ଆରମ୍ଭ କରି ସାନିଟାଇଜର ବ୍ୟବସ୍ଥା କରାଯିବା ସହ ପରୀକ୍ଷାର୍ଥୀଙ୍କ ପାଇଁ ପାଣି ବୋତଲ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଓଡିଶା ମୋ ପରିବାର ପକ୍ଷରୁ ମଧ୍ୟ କେନ୍ଦ୍ର ନିକଟରେ ଏକ ହେଲ୍ପ ଡେସ୍କ କରାଯାଇ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ଏହାର ସଦସ୍ୟମାନେ ରହିଥିବା ଦେଖାଯାଇଛି । ବ୍ରହ୍ମପୁର ସହରର 4ଟି କେନ୍ଦ୍ର ମଧ୍ୟରୁ ସହରର ଖଲ୍ଲିକୋଟ କଲେଜ ନିକଟସ୍ଥ ଆଇଓଏନ ଡିଜିଟାଲ ଜୋନ କେନ୍ଦ୍ରରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ଏବଂ ପରୀକ୍ଷା କେନ୍ଦ୍ର ମୁଖ୍ୟ ପରିଚାଳକଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details