ବ୍ରହ୍ମପୁର: ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାରେ ଆୟୋଜିତ ହୋଇଯାଇଛି ଘୋଷଯାତ୍ରା । ସହରର ଗୋଷାଣିନୁଆଗା ,କୋର୍ଟପେଟା,ସାନବଜାର ଓ ବଡବଜାର ,ପାଣିଟାଙ୍କି ଓ ଖୋଡାସିଙ୍ଗି ଭଳି ସ୍ଥାନରେ ରଥଯାତ୍ରା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।
ଅପରାହ୍ନ ସମୟରେ ପାରମ୍ପାରିକ ରୀତିନୀତିରେ ଶ୍ରୀଜୀଉଙ୍କୁ ପହଣ୍ଡି କରି ରଥକୁ ଅଣାଯିବା ପରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ । ସହରର କୋର୍ଟପେଟା ଜଗନ୍ନାଥ ମନ୍ଦିରର ତିନି ରଥ ମଧ୍ୟରୁ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାହେବା ପରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ଥିଲେ । ଶେଷରେ ଜଗନ୍ନାଥଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା ।