ବ୍ରହ୍ମପୁର:କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଜଣେ ସରକାରୀ ITI କର୍ମଚାରୀଙ୍କୁ ସାହାଯ୍ୟ କରି ମାନବିକତା ଦେଖାଇଛନ୍ତି ଅନ୍ୟ ITI କର୍ମଚାରୀ । ସେମାନେ ମୃତକଙ୍କ ପରିବାରକୁ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ଯୋଗାଇଥିବା ସୂଚନା ମିଳିଛି ।
ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଫିଟର ଟ୍ରେଡରେ ଦୀର୍ଘ 8 ବର୍ଷ ଧରି ପାର୍ଟଟାଇମ ଗେଷ୍ଟ ଇନଷ୍ଟ୍ରକଟର (ପିଟିଜିଆଇ) ରୂପେ କାର୍ଯ୍ୟ କରି ଆସୁଥିବା ସ୍ବର୍ଗତ ପ୍ରଶାନ୍ତ କୁମାର ସାହୁ କୋଭିଡରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏଣୁ ସ୍ବର୍ଗତ ପ୍ରଶାନ୍ତଙ୍କର ୮ ବର୍ଷର ଗୋଟିଏ ସନ୍ତାନ ଏବଂ ଧର୍ମପତ୍ନୀଙ୍କୁ ନିଜ କାର୍ଯ୍ୟାଳୟର ସହ କର୍ମଚାରୀମାନେ ସହାୟତାର ହାତ ବଢାଇବା ସହିତ ମାନବିକତାର ପରିଚୟ ଦେଇଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ରଜତ କୁମାର ପାଣିଗ୍ରାହୀ ଏବଂ ଅନ୍ୟ କର୍ମଚାରୀ ମାନେ ମିଳିତ ଭାବରେ ଆର୍ଥିକ ସହାୟତା ଯୋଗାଇଛନ୍ତି ।