ଓଡିଶା

odisha

By

Published : Aug 21, 2019, 6:30 PM IST

ETV Bharat / city

ଏସିଆ ବୁକ ଅଫ ରେକର୍ଡରେ ‘ବୃହତ୍ତ ଗିଟାର’, ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ବ୍ରହ୍ମପୁର ଆଇଟିଆଇ ଛାତ୍ରଙ୍କ 70 ଫୁଟର ଗିଟାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା

ବ୍ରହ୍ମପୁର: ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ବ୍ରହ୍ମପୁର ଆଇଟିଆଇ ଛାତ୍ରଙ୍କ ଅଦ୍ଭୂତ କଳାକୃତି । 70 ଫୁଟ ଉଚ୍ଚତା ବିଶିଷ୍ଟ ଗିଟାର ନିର୍ମାଣ କରି କେବଳ କଲେଜ ନୁହେଁ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ଏହି ତାଲିମ କେନ୍ଦ୍ରର ଛାତ୍ର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।

‘ଆମର ଯୁବପୀଢି ଏତେ ସକ୍ଷମ ଯେ, ସେମାନେ ନିଜ ଦକ୍ଷତା ଓ କୌଶଳ ପ୍ରଦର୍ଶନ କରି ବିଶ୍ବ ଦରବାରରେ ନା କମାଉଛନ୍ତି ।’ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଏହା ଲେଖିଥିବା ବେଳେ ରାଜ୍ୟର ଯୁବପୀଢିଙ୍କ ଦକ୍ଷତାକୁ ଭୂରି ଭୂରି ପ୍ରଂଶସା କରିଛନ୍ତି ।

ବିଦ୍ୟାର୍ଥୀଙ୍କ ଅଦ୍ଭୂତ କଳାକୃତି, 70ଫୁଟର ଗିଟାର ନିର୍ମାଣ କଲେ ଆଇଟିଆଇ ଛାତ୍ର.. ପଢନ୍ତୁ ପୂରା ଷ୍ଟୋରୀ


ଅଦରକାରୀ ପ୍ଲାଷ୍ଟିକ ଓ ଲୁହା ସ୍କ୍ରାପରେ ଏହି ଗିଟାରଟି ପ୍ରସ୍ତୁତ ହୋଇଛି । ଦୀର୍ଘ ତିନି ମାସରୁ ଅଧିକ ସମୟ ଲାଗି ଏହି ପ୍ରୋଜେକ୍ଟକୁ ସଫଳ ରୂପାୟନ ଦେଇଛନ୍ତି ଛାତ୍ର । ବାତ୍ୟା ଫୋନିରେ ଅଲୋଡା ପାଲଟିଥିବା ଲୁହା ସ୍କ୍ରାପକୁ ନେଇ ପ୍ରସ୍ତୁତ ହେଉଛି ଏହି ଗିଟାର । 5ଟି ବିଭାଗର ଶତାଧିକ ଛାତ୍ର ଏଥିରେ ଅଛନ୍ତି ସାମିଲ । ଏପରି କରି ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଏହି ଆଇଟିଆଇ କଲେଜ ଛାତ୍ର । ବିଦ୍ୟାର୍ଥୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details