ଓଡିଶା

odisha

ETV Bharat / city

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉଦଘାଟିତ ହେବ ଗଞ୍ଜାମର ୧୦ ସ୍ମାର୍ଟସ୍କୁଲ

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉଦଘାଟିତ ହେବେ ଗଞ୍ଜାମର ୧୦ ଟି ସ୍ମାର୍ଟ ସ୍କୁଲ । ଭିସି ଯୋଗେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Aug 23, 2021, 11:44 AM IST

Updated : Aug 23, 2021, 1:42 PM IST

ଦ୍ୱିତୀୟ ପର୍ଯ୍ୟାୟରେ ଉଦଘାଟିତ ହେବେ ଗଞ୍ଜାମର ୧୦ ଟି ସ୍ମାର୍ଟ ସ୍କୁଲ
ଦ୍ୱିତୀୟ ପର୍ଯ୍ୟାୟରେ ଉଦଘାଟିତ ହେବେ ଗଞ୍ଜାମର ୧୦ ଟି ସ୍ମାର୍ଟ ସ୍କୁଲ

ବ୍ରହ୍ମପୁର: ରାଜ୍ୟରେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ସହିତ ଇ-ଲାଇବ୍ରେରୀ ବ୍ୟବସ୍ଥାରେ କରାଯାଉଛି ରୂପାନ୍ତରିତ । ୫-ଟି ଅଧିନରେ ରୂପାନ୍ତରକରଣ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ଓ ଶେରଗଡର ୫୦ ଗୋଟି ହାଇସ୍କୁଲକୁ ପାଞ୍ଚୋଟି ପର୍ଯ୍ୟାୟରେ କରାଯିବ ଉଦଘାଟନ । ଗଞ୍ଜାମ ଜିଲ୍ଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଉଦଘାଟିତ ହେବ ଗଞ୍ଜାମର ଜିଲ୍ଲାର ଅନ୍ୟ ୧୦ଟି ସ୍ମାର୍ଟ ସ୍କୁଲ ।

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉଦଘାଟିତ ହେବ ଗଞ୍ଜାମର ୧୦ ସ୍ମାର୍ଟସ୍କୁଲ

ହିଞ୍ଜିଳିକାଟୁ ବ୍ଲକର ଶାସନ ଆମ୍ୱଗାଁ ସ୍ଥିତ ବୃନ୍ଦାବନ୍ଦ ନାୟକ ସ୍ମୃତି ବିଦ୍ୟାପୀଠ ସମେତ ଶେରଗଡ ବ୍ଲକର କୁମାରପାଣି ହାଇସ୍କୁଲ , ହିଞ୍ଜିଳିକାଟୁ ବ୍ଲକର ସାପୁଆପଲ୍ଲୀ ସରକାରୀ ୟୁ.ଜି ହାଇସ୍କୁଲ , ଶେରଗଡ ବ୍ଲକର ଲାଞ୍ଜିଆପଲ୍ଲୀ ହାଇସ୍କୁଲ ଓ ହିଞ୍ଜିଳିକାଟୁ ବ୍ଲକର ସାହାପୁର ଗ୍ରାମପଞ୍ଚାୟତ ହାଇସ୍କୁଲକୁ ନୂତନ ଭାବରେ ସଂପୂର୍ଣ୍ଣ ରୂପାନ୍ତରିକରଣ ବିଦ୍ୟାଳୟକୁ ଉଦଘାଟନ କରାଯିବ । ଏହାସହ ଶେରଗଡ ବ୍ଲକର କରଡକଣା ହାଇସ୍କୁଲ , ହିଞ୍ଜିଳିକାଟୁ ବ୍ଲକର ବୁରୁପଡା ସ୍ଥିତ ଭଗବତୀ ବିଦ୍ୟାପୀଠ , ଶେରଗଡ ର ଚାକରଡା ସ୍ଥିତ ଶହୀଦ ହାଇସ୍କୁଲ , ହିଞ୍ଜିଳିକାଟୁ ଭାବନ୍ଧ ସ୍ଥିତ ଜେ.ସି.ସି ହାଇସ୍କୁଲ ଏବଂ ଶେରଗଡ ସ୍ଥିତ କୁଲାଗାଡ ସ୍ଥିତ ମାଆ କାଳୀ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସ ମାଧ୍ୟମରେ ଏହାକୁ ଉଦଘାଟନ କରିବେ ।

ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଯୋଗେ ଶେରଗଡ ଏବଂ ହିଞ୍ଜିଳିକାଟୁ ବ୍ଲକର ପାଞ୍ଚୋଟି ଲେଖାଏଁ ବିଦ୍ୟାଳୟରେ ଉଗଦଘାଟନ କରିବା ସହିତ ଉପସ୍ଥିତ ବିଦ୍ୟାର୍ଥୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିଭାଷଣ ପ୍ରଦାନ କରିବେ । ଏ ନେଇ ପ୍ରତ୍ୟକ ବିଦ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଦୁଇ ଜଣ ଲେଖାଏଁ ବିଧାୟକ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେବେ ।

ଏନେଇ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜିଲ୍ଲାର ଛତ୍ରପୁର ସ୍ଥିତ ତାମ୍ପରା ପର୍ଯ୍ୟଟନସ୍ଥଳୀ ନିକଟରେ ରାଜ୍ୟ ସ୍ୱାସ୍ଥ ମନ୍ତ୍ରୀ ନବକିଶୋର ଦାସ , ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ , ପଞ୍ଚାୟତରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା , ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀ ,ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ବହୁ ବିଧାୟକ ପହଞ୍ଚି ମାଆ ତାରାତାରିଣୀ ପୀଠରେ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ପରିକ୍ରମା କରି ଉନ୍ନୟନମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିବେ । ପରେ ସଂନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ଯୋଗେ ଦେବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 23, 2021, 1:42 PM IST

ABOUT THE AUTHOR

...view details