ଓଡିଶା

odisha

ETV Bharat / city

ଚୁକ୍ତିଭିତ୍ତିକ କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ.ସି.ଟି ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋଡିନେଟରଙ୍କୁ ଛଟେଇ କରାଯାଇଥିବାରୁ ସେମାନଙ୍କୁ ପୁନଃସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

By

Published : Jul 20, 2019, 9:59 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ରାଜ୍ୟରେ ଛଟେଇ କରାଯାଇଥିବା ଚୁକ୍ତିଭିତ୍ତିକ କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ସ୍ଥାୟୀ ନିଯୁକ୍ତି ଦାବିରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ.ସି.ଟି ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋର୍ଡିନେଟରଙ୍କୁ ଛଟେଇ କରାଯାଇଥିବାରୁ ସେମାନଙ୍କୁ ପୁନଃ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସଦରମହକୁମ୍ମା ଛତ୍ରପୁରଠାରେ ବିକ୍ଷୋଭ କରାଯାଇଥିଲା । ରାଜ୍ୟର ପ୍ରାୟ ୪ ହଜାର ବିଭିନ୍ନ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟମାନଙ୍କରେ ଚୁକ୍ତିଭିତ୍ତିରେ ମାତ୍ର ପାଞ୍ଚ ବର୍ଷ ପାଇଁ ଅର୍ଥାତ ୨୦୧୪ ମସିହାରେ କମ୍ପୁଟର ଶିକ୍ଷା ପ୍ରଚଳନ କରାଯାଇଥିଲା । ହେଲେ ଏହି ଅବଧି ଶେଷ ହୋଇଯିବା ପରେ ଏହାକୁ ବନ୍ଦ କରାଯାଇଥିବାରୁ ଶିକ୍ଷା ବ୍ୟବସ୍ଥାରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଯାହାକି ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କୁ କମ୍ପୁଟର ଶିକ୍ଷାରୁ ବଞ୍ଚିତ କରୁଥିବାବେଳେ ଶିକ୍ଷକମାନଙ୍କୁ ମଧ୍ୟ ଗତ ତିନି ମାସ ଧରି ନିଯୁକ୍ତି ଦିଆଯାଇ ନାହିଁ । ଯାହାର ପ୍ରତିବାଦ କରି ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ ପରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯାଇଥିଲା ।

ମାତ୍ର ପ୍ରଶାସନ ଏ ଦିଗରେ ଚୁପ ରହିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଆନ୍ଦୋଳନରତ କମ୍ପ୍ୟୁଟର ଶିକ୍ଷକଙ୍କ ଦାବି ପ୍ରତି ସରକାରଙ୍କୁ ଅବଗତ କରାଇ ଦିଆଯିବ ବୋଲି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details