ଓଡିଶା

odisha

ETV Bharat / city

ରଙ୍ଗ ଖେଳରେ ମସଗୁଲ ରେଶମ ସହର, ଭିନ୍ନକ୍ଷମଙ୍କ ଠୁ ନେତା ସଭିଏଁ ସାମିଲ - ଦୃଷ୍ଟିହୀନ ଛାତ୍ରଛାତ୍ରୀ

ରଙ୍ଗର ପର୍ବ ହୋଲିକୁ ବଡ ଧୁମଧାମରେ ପାଳିଛନ୍ତି ରେଶମ ସହରବାସୀ । ଦିବ୍ୟାଙ୍ଗଙ୍କ ଠାରୁ ଆରମ୍ଭ କରି ନେତା ଜନତା ସମସ୍ତେ ଏକାଠି ହୋଇ ହୋଲି ପର୍ବ ପାଳନ କରିଛନ୍ତି । ଦୃଷ୍ଟିହୀନ ପିଲା କିପରି ଅନ୍ୟମାନଙ୍କ ଭଳି ହୋଲି ଖେଳର ସମସ୍ତ ମଜା ନେଇ ପାରିବେ ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Mar 22, 2019, 5:37 PM IST

ବ୍ରହ୍ମପୁର: ଆଜି ରଙ୍ଗର ପର୍ବ ହୋଲି । ରଙ୍ଗ ଅବିର ଖେଳରେ ମସଗୁଲ ହୋଇଉଠିଛନ୍ତି ସଭିଏଁ । କି ପିଲା କି ବୁଢା ସଭିଁଏ ରାଗରୁଷା ଭୁଲି ହୋଲି ଖେଳରେ ମାତିଛନ୍ତି । ଏହି ରଙ୍ଗର ପର୍ବ ହୋଲିକୁ ବଡ ଧୁମଧାମରେ ପାଳିଛନ୍ତି ରେଶମ ସହରବାସୀ । ଦିବ୍ୟାଙ୍ଗଙ୍କ ଠାରୁ ଆରମ୍ଭ କରି ନେତା ଜନତା ସମସ୍ତେ ଏକାଠି ହୋଇ ହୋଲି ପର୍ବ ପାଳନ କରିଛନ୍ତି ।

ଊିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ହୋଲି ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ଚାରିଆଡେ ନାଚ ଗୀତ ସାଙ୍ଗକୁ ରଙ୍ଗ ଖେଳ ଆସର । ସଭିଏଁ ହୋଲିକୁ ଧୁମଧାମରେ ପାଳନ କରୁଥିବା ବେଳେ ବ୍ରହ୍ମପୁର ସହରରେ ଦୃଷ୍ଟିହୀନ ପିଲାମାନେ ମଧ୍ୟ ହୋଲିକୁ ବଡ ଧୁମଧାମରେ ପାଳନ କରିଛନ୍ତି । ପରସ୍ପରରୁ ମିଠା ଖୁଆଇ, ଅବିର ବୋଳି ହୋଲି ଖେଳିଥିଲେ ପିଲାମାନେ ।

ବ୍ରହ୍ମପୁର ସହରର ଆମ୍ବମାର୍କେଟ ନିକଟରେ ରହିଥିବା ଏହି ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ । ଦୃଷ୍ଟିହୀନ ପିଲା କିପରି ଅନ୍ୟମାନଙ୍କ ଭଳି ହୋଲି ଖେଳର ସମସ୍ତ ମଜା ନେଇ ପାରିବେ ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ନାଚ ଗୀତ ସାଙ୍ଗକୁ ସୁସ୍ବାଦୁ ଖାଦ୍ୟର ମଧ୍ୟ ଆୟୋଜନ କରାଯାଇଥିଲା ।

ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଶିବିର ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ନେତାଏଁ ମଧ୍ୟ ରଙ୍ଗ ଖେଳରେ ସାମିଲ ହୋଇଛନ୍ତି । ବିଧାୟକ ମଧ୍ୟ ଘରେ ନିଜର ସମର୍ଥକଙ୍କ ସହ ହୋଲି ଖେଳିଥିଲେ । ସେହିପରି ବିଜେପି କାର୍ଯ୍ୟାଳୟ ମଧ୍ୟ ଚଳଚଞ୍ଚଳ ହୋଇଉଠିଥିଲା । ହୋଲିର ଦିନକ ପୂର୍ବରୁ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବାରୁ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲିକ୍ଷିତ ହୋଇଥିଲା । କର୍ମୀମାନେ ନିଜ ନେତାଙ୍କୁ ରଙ୍ଗ ବୋଳି ମିଠା ଖୁଆଇ ହୋଲି ପାଳିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details