ଓଡିଶା

odisha

By

Published : Sep 5, 2019, 8:12 PM IST

ETV Bharat / city

ଗାଳୁଛି ବର୍ଷା, ଭାସୁଛି ସହର

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ରେଶମ ନଗରୀ ବ୍ରହ୍ମପୁରରେ ବର୍ଷା ଲାଗି ରହିଥିବା ବେଳେ, ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ।

ଗାଳୁଛି ବର୍ଷା, ଭାସୁଛି ସହର

ବ୍ରହ୍ମପୁର: ବର୍ଷାରେ ବେହାଲ ରେଶମ ନଗରୀ । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ବ୍ରହ୍ମପୁରରେ ବର୍ଷା ଲାଗି ରହିଥିବା ବେଳେ, ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ।

ଏହାର ପ୍ରଭାବରେ କେଉଁଠି ମୁଖ୍ୟ ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଛି ତ ଆଉ କେଉଁ ଅଞ୍ଚଳରେ ବର୍ଷା ଯୋଗୁଁ ନାଳ ନର୍ଦ୍ଦମାର ପାଣି ଘରେ ପଶିଲାଣି । ଯାତାୟତ ପାଇଁ ବିଭିନ୍ନ ସାହିର ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହୋଇଛି।

ତେବେ ଏ ସମସ୍ୟା ଦିନେ କିମ୍ବା ଦୁଇ ଦିନର ନୁହିଁ । ବର୍ଷ ବର୍ଷ ଧରି ଲାଗି ରହିଛି ଏହି ସମସ୍ୟା । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ସହରରେ ବର୍ଷା ଲାଗି ରହିଛି । ତେବେ ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଜଳମଗ୍ନ ପରିବେଶ । ସହରର ଇଞ୍ଜିନିୟରିଂ ସ୍କୁଲ ରାସ୍ତା, ଗାନ୍ଧୀନଗର ରାସ୍ତା ଭଳି ପ୍ରମୁଖ ରାସ୍ତା ଏବଂ ବିଭିନ୍ନ ସାହିର ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହୋଇଛି।

କେବଳ ମୁଖ୍ୟ ରାସ୍ତା ନୁହେଁ ସହରର ସମସ୍ତ ପ୍ରମୁଖ ଅଞ୍ଚଳରେ ମଧ୍ୟ ଜମି ରହିଛି ପାଣି । ସାମାନ୍ୟ ବର୍ଷାରେ ସହରର ଗଜପତି ନଗର ଏବଂ ନୀଳାଞ୍ଚଳନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ନକହିବା ଭଲ।

ସେହିପରି ଏଇ ଦୃଶ୍ୟ ହେଉଛି ମହାନଗର ନିଗମର 6 ନମ୍ବର ୱାର୍ଡ ଅନ୍ତର୍ଗତ ଭବାନୀ ନଗର ଅଞ୍ଚଳର । ଏପରିକି ଜୟପ୍ରକାଶ ନଗରରେ ପାଣି ନିଷ୍ପାସନ ବ୍ୟବସ୍ଥା ସଠିକ୍ ଭାବରେ ନଥିବା ଯୋଗୁଁ ଏଠାରେ ରହିଥିବା କାର ଠାରୁ ଆରମ୍ଭ କରି ମୋଟର ସାଇକେଲ ପାଣିରେ ଦୀର୍ଘ ସମୟ ଧରି ବୁଡି ରହିଥିଲା । ଯେଉଁ କାରଣରୁ ମୋଟର ଲଗାଇ ପାଣିକୁ ନିଷ୍କାସନ କରିବାକୁ ଲାଗିପଡିଥିଲେ ସହରବାସୀ ।

ସେପଟେ ହିଲପାଟନା ଠାରୁ ନିଳାଦ୍ରୀ ବିହାର ପର୍ଯ୍ୟନ୍ତ ସବୁଠି ଜଳମଗ୍ନ । ଯାହାର ବାସ୍ତବ ଚିତ୍ରକୁ ଇଟିଭି ଭାରତ କ୍ୟାମେରାରେ କଏଦ କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି।

ବର୍ଷାରେ ଉବୁଟୁବୁ ରେଶମ ନଗରୀ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details