ବ୍ରହ୍ମପୁର: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ରେଶମ ସହର ବ୍ରହ୍ମପୁରରେ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ପାଳିତ ହୋଇଛି ଗ୍ରୀନ ଆକ୍ସନ ସପ୍ତାହ । ସହରର ଏକ ହୋଟେଲ ପରିସରରେ ଆୟୋଜିତ ହୋଇଥିଲା ଏହି ଦିନିକିଆ କର୍ମଶlଳା । ଅନୁଷ୍ଠାନର ସଭାପତି ବିଭୁ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ବ୍ରହ୍ମପୁରରେ ଗ୍ରୀନ ଆକ୍ସନ ସପ୍ତାହ ପାଳିତ
ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ବ୍ରହ୍ମପୁରରେ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ଗ୍ରୀନ ଆକ୍ସନ ସପ୍ତାହ ପାଳିତ । ଅତିଥି ଭାବେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ସମାଜରେ ପ୍ରତ୍ୟେକ କିପରି ଉନ୍ନତ ଖାଦ୍ୟ ଖାଇବେ, ସୁନ୍ଦର ସ୍ୱାସ୍ଥ୍ୟକୁ ଜୀବନଧାରଣ କରିବେ ଓ ଏହାର ଉନ୍ନତି ଆଣିବା ପାଇଁ ଏହାର ତଦାରଖ ସହ କିପରି କାର୍ଯ୍ୟକାରୀ କରାଯିବ ସେନେଇ ସମସ୍ତେ ମତ ପ୍ରକାଶ କରିଛନ୍ତି l ଏଥିରେ ସହରର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ରବିନ ହୁଡ଼ ଆର୍ମି, ଟିମ କ୍ଲିନ ସିଟି, ମାରୱାଡ଼ି ମହିଳା ସମିତି ଏବଂ ମହାତ୍ମା ହେଲ୍ପ କ୍ଳବ ଭଳି ବିଭିନ୍ନ ସଙ୍ଗଠନ ମିଳିତ ଭାବେ ଯୋଗ ଦେଇଥିଲେ l
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ