ଓଡିଶା

odisha

ETV Bharat / city

କୋଭିଡ ଏକ ଅଘୋଷିତ ଯୁଦ୍ଧ, ସଚେତନ ରହିଲେ ହେବ ବିଜୟ: ଗୋପାଳପୁର ବିଧାୟକ - corona awareness

ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । କୋଭିଡ ଏକ ଅଘୋଷିତ ଯୁଦ୍ଧ, ସଚେତନ ରହିଲେ ବିଜୟ ହେବ କହିଲେ ଗୋପାଳପୁର ବିଧାୟକ । ସ୍ବେଚ୍ଛାକୃତ ଭାବରେ କୋଭିଡ ପରୀକ୍ଷା ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ....

Gopalpur MLA states awareness a key weapon to defeat covid-19, an unannounced war
କୋଭିଡ ଏକ ଅଘୋଷିତ ଯୁଦ୍ଧ ,ସଚେତନ ରହିଲେ ହେବ ବିଜୟ-ଗୋପାଳପୁର ବିଧାୟକ

By

Published : Oct 3, 2020, 10:11 AM IST

ବ୍ରହ୍ମପୁର:ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ପ୍ରତିଦିନ ଯାଉଛି ଏକାଧିକ ମୁଣ୍ତ । ସଂକ୍ରମଣକୁ ନେଇ ଚାରିଆଡେ ଭୟର ବାତାବରଣ ଲାଗି ରହିଛି । ରାଜ୍ୟ ସରକାରଙ୍କ କୋରୋନାକୁ ରୋକିବା ନେଇ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ନିର୍ଦ୍ଦେଶକୁ ସାଧାରଣ ଲୋକେ ପାଳନ କଲେ ଆଗାମୀ ଶୀତ ଦିନକୁ ନେଇ ଯେଉଁ ଆକଳନ କରାଯାଉଛି ତାହାକୁ ଆମେ ରୋକିପାରିବା ବୋଲି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ବ୍ରହ୍ମପୁର ଠାରେ କୋଭିଡ ସପ୍ତାହ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ବକ୍ତବ୍ୟ ରଖିଛନ୍ତି ବିଧାୟକ ।

କୋଭିଡ ଏକ ଅଘୋଷିତ ଯୁଦ୍ଧ ,ସଚେତନ ରହିଲେ ହେବ ବିଜୟ-ଗୋପାଳପୁର ବିଧାୟକ

ଏହି ଅବସରରେ କହିଛନ୍ତି ଯେ, ଲୋକେ ଏବେବି ମାସ୍କ ପିନ୍ଧୁନାହାଁନ୍ତି । ଫଳରେ ସଂକ୍ରମଣ ଘରେ ଘରେ ବୃଦ୍ଧି ପାଇଲେ ତାହାକୁ କେହି ରୋକି ପାରିବେ ନାହିଁ । ସଂକ୍ରମଣକୁ ରୋକିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ଜରୁରୀକାଳୀନ ସମୟରେ ପ୍ରଶାସନର ଏନଫୋରସମେଣ୍ଟର ନିହାତି ଆବଶ୍ୟକତା ରହିଛି । ଜିଲ୍ଲାରେ ସମସ୍ତେ ସଚେତନ ରହିବା ସହିତ ସ୍ବେଚ୍ଛାକୃତ ଭାବରେ କୋଭିଡ ପରୀକ୍ଷା ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି । ଏହା ଏକ ଅଘୋଷିତ ଯୁଦ୍ଧ ବୋଲି ସେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ABOUT THE AUTHOR

...view details