ବ୍ରହ୍ମପୁର: ଶିଶୁ କନ୍ୟାର ମୁଣ୍ଡ ବିହୀନ ଶରୀର ରେଳବ୍ରିଜ କଡରୁ ଉଦ୍ଧାର। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l
ମୁଣ୍ଡ ବିହୀନ ଛୋଟ କନ୍ୟାସନ୍ତାନର ବୟସ ବୟସ ଆନୁମାନିକ ଦେଢରୁ ଅଢେଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏପଟେ ଶିଶୁକନ୍ୟାଟିକୁ କେହି ହତ୍ୟା କରିବା ପରେ ଶରୀରରୁ ମୁଣ୍ଡ ଅଲଗା କରି ରେଳ ବ୍ରିଜ଼ କଡରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି l