ଓଡିଶା

odisha

ETV Bharat / city

ଜମି ହଡପ କରୁଛି ଆଶ୍ରମ: ଉପଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ଗୁହାରି

ବ୍ରହ୍ମପୁର ଗଉଞ୍ଜୁ ଗ୍ରାମବାସୀଙ୍କ ଜମି ହଡପ ହୋଇଥିବା ଅଭିଯୋଗ । ଏହି ଅଭିଯୋଗ ନେଇ ଶହ ଶହ ପୁରୁଷ ମହିଳା ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ । ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି ।

By

Published : Jun 13, 2019, 8:31 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବହ୍ମପୁର

ବ୍ରହ୍ମପୁର: ଲୋକଙ୍କ ଜମି ହଡପ ଅଭିଯୋଗ । ଧିରେ ଧିରେ କରି ଜଣେ ଆଶ୍ରମର ବାବା ଜମି ହଡପ କରୁଥିବା ଅଭିଯୋଗ କରି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଶତାଧିକ ଲୋକେ । ବ୍ରହ୍ମପୁରର ଗଉଞ୍ଜୁ ଗାଁର ମାଳିସାହିରେ ରହୁଥିବା ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବହ୍ମପୁର

ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଥିବା ଶାସ୍ବତ ଆଶ୍ରମର ମୁଖ୍ୟ ନନ୍ଦ ବାବାଜୀ ଓ ତାଙ୍କ ସମ୍ପର୍କୀୟ ଗ୍ରାମବାସୀଙ୍କ ଘର ପଛପଟ ଜାଗା ହଡପ କରିବାରେ ଲାଗିଛନ୍ତି । କ୍ରମାଗତ ଭାବରେ 18ରୁ 20 ଫୁଟ୍ ଲେଖାଏଁ ଜାଗା ଆଶ୍ରମ କର୍ତ୍ତୃପକ୍ଷ ମାଡି ବସିଛନ୍ତି ।

ସେପଟେ ଗତ ମାର୍ଚ୍ଚ ମାସରେ ଡିମାର୍କେସନ କରିବା ପାଇଁ କନିଷି ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ କୌଣସି ସମାଧାନ ହୋଇପାରି ନଥିଲା । ତେଣୁ ତୁରନ୍ତ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details