ଓଡିଶା

odisha

ETV Bharat / city

ଜିଲ୍ଲାପାଳଙ୍କ ଚେତାବନୀ, କୋରୋନା ନିୟମର ଅନୁପାଳନ ନ କଲେ ପରିସ୍ଥିତି ଭୟାବହ ହେବ

ନୀତିନିୟମର ଅନୁପାଳନ ନକଲେ ପରିସ୍ଥିତି ପୁଣି ଭୟାବହ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ଜିଲ୍ଲାବାସୀ ଏହାକୁ କଡାକଡି ପାଳନ କରନ୍ତୁ ବୋଲି ଅନୁଷ୍ଠିତ ଭିଡିଓ କନଫରେନ୍ସରେ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଅଧିକ ପଢନ୍ତୁ...

By

Published : Jul 13, 2021, 9:23 PM IST

ଜିଲ୍ଲାପାଳଙ୍କ ଚେତାବନୀ, କୋରୋନା ନିୟମର ଅନୁପାଳନ ନକଲେ ପରିସ୍ଥିତି ଭୟାବହ ହେବ
ଜିଲ୍ଲାପାଳଙ୍କ ଚେତାବନୀ, କୋରୋନା ନିୟମର ଅନୁପାଳନ ନକଲେ ପରିସ୍ଥିତି ଭୟାବହ ହେବ

ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ନିୟମ ଅନୁଯାୟୀ ପ୍ରଶାସନ ପକ୍ଷରୁ ଜାରି ହୋଇଥିଲା ଗାଇଡଲାଇନ । ବର୍ତ୍ତମାନ ଜନସାଧାରଣ ସେଗୁଡିକର ଅନୁପାଳନ କରୁନଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି । ଏଭଳିସ୍ଥିତିରେ କୋରୋନା ସମ୍ପୂର୍ଣ୍ଣ ରୂପେ ଲୋପ ହୋଇନାହିଁ । ଜିଲ୍ଲାବାସୀ ନୀତିନିୟମର ଅନୁପାଳନ ନକଲେ ପରିସ୍ଥିତି ପୁଣି ଭୟାବହ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ଜିଲ୍ଲାବାସୀ ଏହାକୁ କଡାକଡି ପାଳନ କରନ୍ତୁ ବୋଲି ଅନୁଷ୍ଠିତ ଭିଡିଓ କନଫରେନ୍ସରେ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଜିଲ୍ଲାପାଳଙ୍କ ଚେତାବନୀ, କୋରୋନା ନିୟମର ଅନୁପାଳନ ନକଲେ ପରିସ୍ଥିତି ଭୟାବହ ହେବ

ମାସ୍କର ସଠିକ୍ ବ୍ୟବହାର, ପଞ୍ଚସୂତ୍ର ନିୟମ କଡାପାଳନ, ବାରମ୍ବାର ହାତ ଧୋଇବା ଅଭ୍ୟାସ ଦିଗରେ ଗୁରୁତ୍ବ ଦେବାକୁ କୁହାଯାଇଛି । ମୂଳ ସ୍ତରରୁ ଆରମ୍ଭ କରି ସମସ୍ତ ଜିଲ୍ଲାବାସୀଙ୍କର ଟୀକାକରଣ ଦିଗରେ ପରିଚାଳନା ସଠିକ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ଟୀକାକରଣ କେନ୍ଦ୍ରଗୁଡିକରେ ସଠିକ୍ ବ୍ୟବସ୍ଥା ସହିତ ପ୍ରଦାନ କରାଯାଇଥିବା ଲକ୍ଷ୍ୟ ଧାର୍ଯ୍ୟ ଯେପରି ଶତ ପ୍ରତିଶତ ପୂରଣ ହେବ ତାହାକୁ ଆଧାର କରି କାର୍ଯ୍ୟ କରିବାକୁ କୁହାଯାଇଛି ।

ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କର୍ଯ୍ୟ ନିର୍ବାହୀ ଅଧିକାରୀ ଗଣ ଟିକାକରଣ ସମ୍ପର୍କିତ ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇବାକୁ କହିଥିଲେ । ଗଞ୍ଜାମ ଜିଲ୍ଲାରେ ୨୬୩୮୧୩୪ଜଣଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୧୮୬୫୭୫ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୨୪୧୪୩୧ ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନ ହୋଇଛି ଯାହାକି ଶତକଡା ୪୫ ପ୍ରତିଶତ ।

ଜିଲ୍ଲାପାଳଙ୍କ ଚେତାବନୀ, କୋରୋନା ନିୟମର ଅନୁପାଳନ ନକଲେ ପରିସ୍ଥିତି ଭୟାବହ ହେବ
ଜିଲ୍ଲାପାଳଙ୍କ ଚେତାବନୀ, କୋରୋନା ନିୟମର ଅନୁପାଳନ ନକଲେ ପରିସ୍ଥିତି ଭୟାବହ ହେବ
ଜିଲ୍ଲାପାଳଙ୍କ ଚେତାବନୀ, କୋରୋନା ନିୟମର ଅନୁପାଳନ ନକଲେ ପରିସ୍ଥିତି ଭୟାବହ ହେବ


ଅଧିକରୀମାନଙ୍କୁ ନିଜ ଦାୟିତ୍ୱ ଅବିରତ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଦାୟିତ୍ବ ସୂଚାରୁ ରୂପେ ସମ୍ପାଦିତ କରାଇପାରିଲେ ସମୀକ୍ଷା ବୈଠକର ଆବଶ୍ୟକତା ପଡିବ ନାହିଁ । ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର,ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ରୂପରେଖ ବଦଳାଇ ତାହାକୁ ଆକର୍ଷଣୀୟ କରି ଗଢି ତୋଳିବା ଦିଗରେ କରାଯାଉଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ଭି ୱାସନ୍, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସମ୍ବିତ ରାଉତ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details