ଓଡିଶା

odisha

ETV Bharat / city

ଅମ୍ରିତଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଗଞ୍ଜାମ ବିଜେପି - corona

ଅମ୍ରିତଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ଗଞ୍ଜାମ ଜିଲ୍ଲା ବିଜେପି । ଏହା ସହ ରାଜ୍ୟବାସୀଙ୍କୁ ମଧ୍ୟ ସାହାର୍ଯ୍ୟ କରିବାକୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

ଅମ୍ରିତଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଗଞ୍ଜାମ ବିଜେପି
ଅମ୍ରିତଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଗଞ୍ଜାମ ବିଜେପି

By

Published : Jun 5, 2021, 4:11 PM IST

ବ୍ରହ୍ମପୁର: କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ବ୍ରହ୍ମପୁର ସହରର ଅମ୍ରିତଙ୍କ ଅବସ୍ଥା ଗୁରୁତର ହେବାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏଭଳି ସମୟରେ ଅମ୍ରିତର ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ରହିଥିବା ବେଳେ, ଏଭଳି ସମୟରେ ସହାୟତାର ହାତ ବଢାଇଛି ଗଞ୍ଜାମ ବିଜେପି । ଶନିବାର ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ସହ ଏକ ଟିମ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଭାବିନିପୁର ପଞ୍ଚାୟତର ବାସୁଦେବ ନଗର ବାସିନ୍ଦା ଅମ୍ରିତ ପ୍ରଧାନଙ୍କ ବାସଭବନକୁ ଯାଇ ସେଠାରେ ଅମ୍ରିତଙ୍କର କିଭଳି ଚିକିତ୍ସା ଚାଲିଛି ତାହାକୁ ପଚାରି ବୁଝିବା ସହିତ ଉପସ୍ଥିତ ଥିବା ତାଙ୍କ ପିତା ମଦନ ମୋହନ ପ୍ରଧାନଙ୍କ ସହ ଭେଟି ତାଙ୍କୁ 50 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଯେ ଅମ୍ରିତ ବିଗତ କିଛି ଦିନ ହେବ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କିନ୍ତୁ ବର୍ତ୍ତମାନ ସେ ନିମୋନିଆ ଓ ସେପ୍ଟିସିମିଆ ରୋଗରେ ପିଡୀତ ହୋଇ ଉଚ୍ଚତର ଚିକିତ୍ସା ପାଇଁ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଏଥିନିମନ୍ତେ ବହୁତ ଅର୍ଥ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ତାଙ୍କୁ ବହୁ ସଙ୍ଗଠନ ତରଫରୁ ସହାୟତାର ହାତ ବଢାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପରି ଗଞ୍ଜାମ ଜିଲ୍ଲା ସଭାପତି ଜେନାଙ୍କ ସହ ଭାବିନୀପୁର ପଞ୍ଚାୟତ ବିଜେପି ନେତା ସୁଶିଲ ସେନ ବେହେରା ମଧ୍ୟ 3 ହଜାର ଟଙ୍କାର ସହୟତା ରାଶି ପ୍ରଦାନ କରିଛନ୍ତି ।

ଏହି ଅସମୟରେ ପ୍ରଧାନ ପରିବାରଙ୍କୁ ସମସ୍ତ ଓଡିଶାବାସୀ ଅତି କମରେ ୧୦ ଟଙ୍କା ଲେଖାଏଁ ସହୟତା ରାଶି ପ୍ରଦାନ କରନ୍ତୁ ବୋଲି ଜିଲ୍ଲା ସଭାପତି ଅନୁରୋଧ କରିଛନ୍ତି । ସହୟତା ରାଶି ପ୍ରଦାନ କରିବା ପାଇଁ ଫୋନ ପେ କିମ୍ବା ଗୁଗୁଲ ପେ ଆପ ଜରିଆରେ ଅମ୍ରିତାଙ୍କ ପିତା ମଦନ ମୋହନ ପ୍ରଧାନଙ୍କ ମୋବାଇଲ ନଂ, ୯୪୩୮୦୨୪୬୬୬ କୁ ପଠାଇବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ଜିଲ୍ଲା ସଭାପତିଙ୍କ ସହ ପ୍ରଭାତ କିରନ ଷଢଙ୍ଗୀ, ରାଜୀବ କୁମାର ମିଶ୍ର, ଶିବ ପ୍ରସାଦ ପାତ୍ର, ଶିବ ଶଙ୍କର ନାୟକ, ତୁମ୍ବେଶ୍ୱର ନାୟକ, ଜଗଦୀଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details