ଓଡିଶା

odisha

By

Published : Sep 6, 2019, 8:24 AM IST

ETV Bharat / city

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର, ସମସ୍ତ ବିଦ୍ୟାଳୟ ବନ୍ଦ

ବିଗୁଡିଛି ପାଣିପାଗ। ପ୍ରବଳ ବର୍ଷାରେ ଭିଜୁଛି ବ୍ରହ୍ମପୁର। ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଜି ଛୁଟି ଘୋଷଣା କରାଯାଇଛି।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ବର୍ଷାରେ ବେହାଲ ବ୍ରହ୍ମପୁର। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଜି ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ପାଣି ନିଷ୍କାସନ ପାଇଁ 15ଟି ପମ୍ପସେଟ ନିୟୋଜିତ ହୋଇଛି।

ଖବର ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ଗତକାଲି ସୂଚନା ମିଳିଥିଲା। ଏହାକୁ ଆଖିଆଗରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ହେଲେ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିବେ।

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର, ସମସ୍ତ ବିଦ୍ୟାଳୟ ବନ୍ଦ

ଏହାସହ ତଳିଆ ଅଞ୍ଚଳ ଓ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଗତକାଲି ପ୍ରଶାସନ ନିଷ୍ପତ୍ତି ନେଇଥିବା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରି ସନାତନ ପଣ୍ଡା ସୂଚନା ଦେଇଥିଲେ। ଏହାସହ ପ୍ରବଳ ବର୍ଷା ହେଲେ ସବୁ ବିଦ୍ୟାଳୟ ଗୁଡିକରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ବର୍ଷା ଯୋଗୁଁ ବ୍ରହ୍ମପୁର ସହର ସମେତ ବହୁ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିଥିବା ଦେଖିବାକୁ ମିଳିଛି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହାର ପ୍ରଭାବ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ପାଣିବିଭାଗ ପକ୍ଷରୁ ସୂଚନା ମିଳିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details