ଓଡିଶା

odisha

By

Published : Sep 7, 2021, 8:55 PM IST

ETV Bharat / city

କୋଭିଡ କଟକଣାରେ ଗଣେଶ ପୂଜା, ଛୋଟ ମୂର୍ତ୍ତି ପ୍ରତି ବଢୁଛି ଆଗ୍ରହ

ଆଉ ଦୁଇ ଦିନ ପରେ କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ପାଳିତ ହେବାକୁ ଯାଉଛି ପ୍ରଭୁ ବିଘ୍ନଂରାଜ ଗଜାନନଙ୍କ ପୂଜା। ବଡ ମୂର୍ତ୍ତି ପରିବର୍ତ୍ତେ ଛୋଟ ମୂର୍ତ୍ତି ପ୍ରତି ବଢୁଛି ଆଦର । ବଜାରରେ ମିଳୁଛି ଭଳିକି ଭଳି ଛୋଟ ଗଣେଶ ମୂର୍ତ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଗଣେଶ ପୂଜା, ଛୋଟ ମୁର୍ତ୍ତି ପ୍ରତି ବଢୁଛି ଆଗ୍ରହ
କୋଭିଡ କଟକଣାରେ ଗଣେଶ ପୂଜା, ଛୋଟ ମୁର୍ତ୍ତି ପ୍ରତି ବଢୁଛି ଆଗ୍ରହ

ବ୍ରହ୍ମପୁର:କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ଆୟୋଜିତ ହେବାକୁ ଯାଉଛି ପ୍ରଭୁ ବିଘ୍ନଂରାଜ ଗଜାନନଙ୍କ ପୂଜା । ଏହାକୁ ନେଇ ଉଭୟ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କାମରେ ଲାଗିଛନ୍ତି ମୂର୍ତ୍ତି କାରିଗର । ସେପଟେ କୋଭିଡ କଟକଣାକୁ ନେଇ ମୂର୍ତ୍ତି କାରିଗରମାନେ ଚଳିତବର୍ଷ ସେତେଟା ବଡ ମୂର୍ତ୍ତି କରି ନ ଥିବାବେଳେ ଉଭୟ ମାଟି ଓ ପ୍ଳାଷ୍ଟର ଅଫ୍ ପ୍ୟାରିସରେ ନର୍ମିତ ଛୋଟ ମୂର୍ତ୍ତି ବଜାରରେ ଦେଖିବାକୁ ମିଳୁଛି । ଏହି ଛୋଟ ମୂର୍ତ୍ତି ପ୍ରତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଆଗ୍ରହ ମଧ୍ୟ ରହିଥିବା କହିଛନ୍ତି କାରିଗର ।

କୋଭିଡ କଟକଣାରେ ଗଣେଶ ପୂଜା, ଛୋଟ ମୁର୍ତ୍ତି ପ୍ରତି ବଢୁଛି ଆଗ୍ରହ

ବ୍ରହ୍ମପୁର ସହରରେ ପ୍ରତ୍ୟେକ ବର୍ଷ ବେଶ ଧୁମଧାମରେ ଆୟୋଜିତ ହୋଇଥାଏ ପ୍ରଭୁ ବିଘ୍ନରାଜ ଗଜାନନଙ୍କ ପୂଜାର୍ଚ୍ଚନା । ହେଲେ କୋଭିଡ କଟକଣା ଯୋଗୁଁ ଗତ ବର୍ଷରୁ ଚଳିତବର୍ଷ ଏକପ୍ରକାର ଫିକା ପଡିଛି ପୂଜା । ଗଣେଷ ପୂଜା ଚଳିତବର୍ଷ କଟକଣା ମଧ୍ୟରେ ଆୟୋଜିତ କରିବାକୁ ଅନୁମତି ରହିଥିବାରୁ ବଜାରରେ ଏଥର ବଡ ମୂର୍ତ୍ତି ଦେଖିବାକୁ ମିଳୁନାହିଁ ।

ବଡ ମୂର୍ତ୍ତି ଗୁଡିକର ନିର୍ମାଣ ଓ ବିକ୍ରି ଉପରେ କଟକଣା ରହିଥିବାରୁ ରେଶମ ସହରରେ ଉଭୟ ମାଟି ଓ ପ୍ଳାଷ୍ଟର ଅଫ ପ୍ୟାରିସର ଭଳିକି ଭଳି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଛୋଟ ମୂର୍ତ୍ତି ଗୁଡ଼ିକର ବିକ୍ରି ହେଉଥିବା ଦେଖାଯାଇଛି। ସେପଟେ କୋଭିଡ କଟକଣା ଯୋଗୁଁ ପୂର୍ବରୁ ତିଆରି ହେଉଥିବା ବଡ ମୂର୍ତ୍ତି ନିର୍ମାଣ ହୋଇପାରୁ ନ ଥିବା ଯୋଗୁଁ ଦିଲ୍ଲୀ ଓ କଲିକତା ଭଳି ସହରରୁ ଆସିଥିବା ଛୋଟ ଛୋଟ ମୂର୍ତ୍ତି ଗୁଡିକର ଚାହିଦା ମଧ୍ୟ ଢେର ଅଧିକ ରହିଛି । ଚଳିତବର୍ଷ ଛୋଟ ମୂର୍ତ୍ତିର ଚାହିଦା ଥିବା ସାଙ୍ଗକୁ ଦର ମଧ୍ୟ ବେଶ ବୃଦ୍ଧି ପାଇଥିବା କହିଛନ୍ତି ମୂର୍ତ୍ତି କିଣୁଥିବା କମିଟିର କର୍ମକର୍ତ୍ତା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details