ଓଡିଶା

odisha

ETV Bharat / city

ସାବିତ୍ରୀ ପାଇଁ ଫଳବଜାରରେ ନିଆଁ - ସାବିତ୍ରୀ

ଆଗକୁ ସାବିତ୍ରୀ ବ୍ରତ । ଏବେ ଠାରୁ ଫଳ ବଜାରରେ ଦେଖିବାକୁ ଲାଗିଲାଣି ପ୍ରବଳ ଭିଡ । ଗ୍ରାହକଙ୍କ ଭିଡକୁ ଦେଖି ଫଳ ଦୋକାନୀ ମଧ୍ୟ ଫଳ ଗୁଡିକର ଦର ଆକାଶ ଛୁଆଁ କରିଥିବା ଦେଖିବାକୁ ମିଳିଛି । ଦକ୍ଷିଣ ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ସବୁଠି ଫଳ ଦରକୁ ନେଇ ଚର୍ଚ୍ଚା ।

ଡିଜାଇନ ଫଟୋ

By

Published : Jun 1, 2019, 3:44 AM IST

ଭୁବନେଶ୍ବର: ସଧବା ନାରୀର ପର୍ବ ସାବିତ୍ରୀ ବ୍ରତ । ନିଜ ସ୍ବାମୀର ଦୀର୍ଘ ଆୟୁଷ କାମନା କରି ଓଡିଆ ଘରର ପ୍ରତ୍ୟେକଟି ସଧବା ନାରୀ ସାବିତ୍ରୀ ବ୍ରତ କରିଥାଏ । ଆସନ୍ତା 3 ତାରିଖରେ ସାବିତ୍ରୀ ବ୍ରତ ପଡୁଥିବାରୁ ଚଳଚଞ୍ଚଳ ହୋଇଉଠିଛି ଦୋକାନ ବଜାର । ଫଳରେ ଦକ୍ଷିଣ ଓଡିଶା ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା, ସବୁଠି ଫଳବଜାରର ଦରଦାମ ଆକାଶ ଛୁଆଁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର ଓ ବରଗଡ

ଆଗକୁ ସାବିତ୍ରୀ ବ୍ରତ ପଡୁଥିବାରୁ ବରଗଡରେ ଏବେ ଠାରୁ ବଜାରରେ ଖଚାଖଚ ଭିଡ ଲାଗିଲାଣି । କପଡା ଦୋକାନ ଠାରୁ ଆରମ୍ଭ କରି ବଜାରରେ ଚୁଡି, ଫଳମୂଳ ପ୍ରତ୍ୟେକଟି ଦୋକାନରେ ଲାଗୁଛି ଗ୍ରାହକଙ୍କ ଭିଡ । ଅନ୍ୟପଟେ ସାବିତ୍ରୀ ବ୍ରତରେ 21 ପ୍ରକାରର ଫଳମୂଳ ପୂଜାରେ ବ୍ୟବହାର ହେଉଥିବାବେଳେ ବର୍ତ୍ତମାନ ସମୟରେ ସହର ସାରା ବିଭିନ୍ନ ପ୍ରକାରର ଫଳମୂଳ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।

ସେପଟେ ସାବିତ୍ରୀକୁ ନେଇ ରେଶମ ସହର ବ୍ରହ୍ମପୁରରେ ମଧ୍ୟ ବଜାରରେ ପ୍ରବଳ ଭିଡ ଜମୁଛି । ଫଳ ବଜାର ଠାରୁ ଆରମ୍ଭ କରି ଶାଢୀ, ଚୁଡି ଦୋକାନରେ ପ୍ରବଳ ଗହଳି ଲାଗୁଛି । ଦିନ ହେଉ କି ରାତି ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଚଳିତ ବର୍ଷ ବାତ୍ୟା ଫନି ଯୋଗୁଁ ବଜାରରେ ପାଚିଲା ଫଳର ଭାଉ ବଢି ଯାଇଛି । ବ୍ରହ୍ମପୁର ବଜାରରେ ପାଚିଲା ଖଜରା ପଣସ ୨୦୦ ରୁ ଛଅ ଶହ ଟଙ୍କା ରହିଥିବାବେଳେ ସପୁରୀ ପଣସ ଗୋଟିଏକୁ ୫୦ ଟଙ୍କା, ଆମ୍ୱ କିଲୋ ୫୦ ଟଙ୍କା, ନଡିଆ ୨୫ ରୁ ୩୦ ଟଙ୍କା, ଲିଚୁ କିଲୋ ୧୦୦ ରୁ ୧୩୦ ଟଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍ବାମୀ ରୂପୀ ସତ୍ୟବାନ ।

ଅନ୍ୟପଟେ ବିତ୍ରୀ ବଜାର ପାଇଁ ମହିଳା ମାନଙ୍କ ମନପସନ୍ଦ ଭଳି ଚଳିତଥର ହ୍ୟାଣ୍ଡଲୁମ୍ ଏବଂ କଟନ୍ ଶାଢୀ ଠାରୁ ଆରମ୍ଭ କରି ବିଭିନ୍ନ କଲେକସନ୍ ଅଣାଯାଇଥିବା ବ୍ୟବସାୟୀମାନେ କହିଛନ୍ତି ।


ବରଗଡରୁ ରାଜେଶ ସରାପ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details