ଓଡିଶା

odisha

ETV Bharat / city

ବେଆଇନ କରତ କଳରେ ଚଢାଉ, ବିପୁଳ ମୂଲ୍ୟବାନ କାଠ ଜବତ - ବେଆଇନ କରତ କଳ

ସ୍ଥାନୀୟ ଖଲ୍ଲିକୋଟ ବନାଞ୍ଚଳରେ ଚାଲିଥିବା ବେଆଇନ କରତ କଳ ଉପରେ ଚଢାଉ କରିଛି ବନ ବିଭାଗ । ଏହି ଚଢାଉ ସମୟରେ ବିପୁଳ ପରିମାଣର କାଠ ଜବତ କରାଯାଇଛି । ଅଧିକ ପଢନ୍ତୁ...

berhmapur latest news, illegal saw mill in khallikot forest, illegal saw mill, raid on illegal saw mill, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ଖଲ୍ଲିକୋଟ ବନାଞ୍ଚଳରେ ବେଆଇନ କରତ କଳ, ବେଆଇନ କରତ କଳ, ବେଆଇନ କରତ କଳରେ ଚଢାଉ
ବେଆଇନ କରତ କଳରେ ଚଢାଉ, ବିପୁଳ ମୂଲ୍ୟବାନ କାଠ ଜବତ

By

Published : Sep 12, 2020, 10:33 AM IST

ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ ବନାଞ୍ଚଳରେ ଚାଲିଥିବା ବେଆଇନ କରତ କଳ ଉପରେ ଚଢାଉ କରିଛି ବନ ବିଭାଗ । ଏହି ଚଢାଉ ସମୟରେ ବିପୁଳ ପରିମାଣର କାଠ ଜବତ କରାଯାଇଛି । ବନାଞ୍ଚଳ ଅଧିନସ୍ଥ କେନ୍ଦୁପାଟ ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବେଆଇନ କରତ କଳ ଉପରେ ବନ ବିଭାଗର ନଜର ରହିଥିବା ବେଳେ ଶୁକ୍ରବାର ପୂର୍ବ ଯୋଜନା ମୁତାବକ ଏହାକୁ ଚଢ଼ାଉ କରାଯାଇଥିଲା । ଏଥିରେ ବିପୁଳ ପରିମାଣର ମୂଲ୍ୟବାନ ଶାଗୁଆନ, ପିଆଶାଳ କାଠ ସମେତ ବେଆଇନ କରତ କଳର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି ।

ବେଆଇନ କରତ କଳରେ ଚଢାଉ, ବିପୁଳ ମୂଲ୍ୟବାନ କାଠ ଜବତ

ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି କେନ୍ଦୁପାଟ ଗ୍ରାମରେ ବେଆଇନ ଭାବେ ଏହି କରତ କଳ ଚାଲିଥିଲା । ହେଲେ ବନ ବିଭାଗ ଏଠାରେ ଚଢାଉ କରିବା ପୂର୍ବରୁ କାଠ ବ୍ୟବସାୟୀମାନେ ସୂଚନା ପାଇ କରତ କଳର ଯନ୍ତ୍ରପାତିକୁ ଅନ୍ୟତ୍ର ନେଇଯିବାରେ ସଫଳ ହୋଇଥିଲେ । ହେଲେ ଚଳିତ ଥର ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଏସିଏଫ ଅଶୋକ ବେହେରା, ଏସିଏଫ ଏ.ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ବ୍ରହ୍ମପୁର ମୋବାଇଲ ଷ୍ଟାଫ, ଛତ୍ରପୁର ପୋଲିସ ଫୋର୍ସ, ସାମନ୍ତିଆପଲ୍ଲୀ ରେଞ୍ଜରର କର୍ମଚାରୀଙ୍କ ସମେତ ଦିଗପହଣ୍ତି ରେଞ୍ଜର ଓ ଖଲ୍ଲିକୋଟ ବନ ବିଭାଗର କର୍ମଚାରୀମାନେ ମିଳିତ ଭାବେ କେନ୍ଦୁପାଟ ଗ୍ରାମରେ ଏହି ଚଢ଼ାଉ କରିଥିଲେ ।

ଏହି ଚଢାଉରେ କାହାକୁ ଗିରଫ କରାଯାଇନଥିବା ବେଳେ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details