ବ୍ରହ୍ମପୁର: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି। ଏହିକ୍ରମରେ ରେଶମ ନଗରୀ ବ୍ରହ୍ମପୁରରେ ଜନ ଜାଗରଣ ଅଭିଯାନ ପକ୍ଷରୁ ସିଏଏ ଏବଂ ଏନଆରସିକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀର ଜାମିୟାମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟ, ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ ସମେତ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହାକୁ ବିରୋଧ କରାଯାଉଛି।
ସିଏଏକୁ ବିରୋଧ କରି ବ୍ରହ୍ମପୁରରେ ପ୍ରତିବାଦ - ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର
ସିଏଏ ଓ ଏନଆରସି ବିରୋଧରେ ବ୍ରହ୍ମପୁରରେ ଜନ ଜାଗରଣ ଅଭିଯାନ ପକ୍ଷରୁ ପ୍ରତିବାଦ କରାଯାଇଛି। ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର
ଏହା ସହିତ ଜାମିୟାମିଲିୟା ବିଶ୍ବବିଦ୍ୟାଳୟରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି। ଏନେଇ ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିବାଦର ସଭାରେ ଜନ ଜାଗରଣ ଅଭିଯାନର ସଭାପତି ମଧୁସୁଦନ ସେଠୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ