ଓଡିଶା

odisha

ଆୟୋଜନ ହୋଇଥିଲା ଭୋଜି, ଚଢାଉ କଲେ ତହସିଲଦାର

By

Published : May 19, 2021, 10:11 PM IST

କୋରୋନା କାଳରେ ଆୟୋଜିତ ହୋଇଥିଲା ଶହ ଶହ ଲୋକଙ୍କ ପାଇଁ ଭୋଜି । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ତହସିଲଦାର ଚଢାଉ କରି ଜୋରମାନା କରିବା ସହ ଖାଦ୍ୟ ଜବତ କଲେ । ଲୋକଙ୍କୁ କୋରୋନା ମହାମାରୀର ଭୟାବହତା ସମ୍ପର୍କରେ ସଚେତନ କଲେ । ଅଧିକ ପଢନ୍ତୁ...

କୋରୋନାରେ ଲୋକଙ୍କ ପାଇଁ ଆୟୋଜିତ ହୋଇଥିଲା ଭୋଜି ,ଚଢାଉ କଲେ ତହସିଲଦାର
କୋରୋନାରେ ଲୋକଙ୍କ ପାଇଁ ଆୟୋଜିତ ହୋଇଥିଲା ଭୋଜି ,ଚଢାଉ କଲେ ତହସିଲଦାର

ବ୍ରହ୍ମପୁର:କୋରୋନା କାଳରେ ଶହ ଶହ ଲୋକଙ୍କ ପାଇଁ ଆୟୋଜିତ ହୋଇଥିଲା ଭୋଜି ,ଚଢାଉ କଲେ ତହସିଲଦାର । ବ୍ରହ୍ମପୁର - କୋରୋନା କାଳରେ ଆୟୋଜିତ ହୋଇଥିଲା ଶହ ଶହ ଲୋକଙ୍କ ପାଇଁ ଭୋଜି । ଖବର ପାଇ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଚଢାଉ କଲା ପୋଲିସ ଓ ପ୍ରଶାସନ । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଲୋଚାପଡା ଗ୍ରାମର ବିଶ୍ବକର୍ମା ସାହିରେ ଚଢାଉ ହୋଇଛି ।

କୋରୋନାରେ ଲୋକଙ୍କ ପାଇଁ ଆୟୋଜିତ ହୋଇଥିଲା ଭୋଜି ,ଚଢାଉ କଲେ ତହସିଲଦାର

ସ୍ଥାନୀୟ ଅଞ୍ଚଳର ଦାସିଆ ସାହୁଙ୍କ ପୁତ୍ର ସାଗର ସାହୁଙ୍କ ବିବାହ ଭୋଜି ଚାଲିଥିବା ବେଳେ କୋଭିଡ଼ ନିୟମ ଉଲ୍ଲଙ୍ଘନ କରି ଶତାଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ । ହେଲେ ଏଭଳି ବିନା ଅନୁମତିରେ ଭୋଜି କରୁଥିବା ଖବର ପାଇ ତହସିଲଦାର କଲ୍ୟାଣୀ ସଂଘମିତ୍ରା ନିଜେ ଉପସ୍ଥିତ ରହି ଭୋଜିରେ ରନ୍ଧା ହୋଇଥିବା ସମସ୍ତ ଖାଦ୍ୟକୁ ଜବତ କରିଛନ୍ତି । ଏହା ସହିତ ସ୍ଥାନୀୟ ଲୋକଙ୍କୁ କୋଭିଡର ଦ୍ବିତୀୟ ଲହରର ଭୟଭୟତା ସଂପର୍କରେ ଘଟଣାସ୍ଥଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଇଥିଲା । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଜବତ କରାଯାଇଥିବା ଭୋଜିର ସମସ୍ତ ରନ୍ଧାଖାଦ୍ୟକୁ ପ୍ରଶାସନ ପକ୍ଷରୁ କୁକୁଡାଖଣ୍ଡିର ବଉଳଝୋଳି ରାସ୍ତାରେ ରହୁଥିବା ଗରୀବ ପରିବାର ଙ୍କୁ ବଣ୍ଟନ କରାଯାଇଥିଲା ।

ଏହି ଚଢାଉରେ ସଦର ଥାନା ଏବଂ ନିମଖଣ୍ଡି ଫାଣ୍ଡିର ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସେହିପରି ପୂର୍ବରୁ ସକାଳ ସମୟରେ ଜଗଦଳପୁର ନିକଟ ବି. କମାଗାଁରେ ହଜାର ହଜାର ଲୋକଙ୍କ ପାଇଁ ଭୋଜି ରନ୍ଧା ହେବା ପୂର୍ବରୁ ତହସିଲଦାର ଏବଂ ପୋଲିସର ମିଳିତ ଚଢ଼ାଉ ହୋଇ ସମସ୍ତ ହଣ୍ଡାହାଣ୍ଡି ଜବତ କରାଯାଇଥିଲା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details