ଓଡିଶା

odisha

ETV Bharat / city

ଫଳାଫଳ ପୂର୍ବରୁ ନିର୍ବାଚନୀ ହିଂସା, ଆସ୍କା କଂଗ୍ରେସ ପ୍ରାର୍ଥୀଙ୍କୁ ଗୁଳିମାଡ଼

ନିର୍ବାଚନ ଫଳାଫଳର କିଛି ସମୟ ପୂର୍ବରୁ ବ୍ରହ୍ମପୁରରେ ଦେଖାଦେଇଛି ନିର୍ବାଚନୀ ହିଂସା । କିଛି ଦୁର୍ବୃତ୍ତ ଆସ୍କା ବିଧାନସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ଼ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

By

Published : May 22, 2019, 10:28 PM IST

Updated : May 22, 2019, 10:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଭୋଟ ଗଣତିର କିଛି ସମୟ ପୂର୍ବରୁ ଆସ୍କା କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ପାଖରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଭୁବନେଶ୍ବରର ବ୍ରହ୍ମପୁର ଅଭିମୁଖେ ଫେରୁଥିବା ସମୟରେ ଜାତୀୟ ରାଜପଥରେ ମନୋଜ ପରିଶ୍ରା କରିବାକୁ ଓଲ୍ଲାଇଥିଲେ । ଏହି ସମୟରେ ପଛପଟୁ ଆସୁଥିବା ମୋଟର ସାଇକେଲରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅତି ନିକଟରୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ମନୋଜଙ୍କ ବେକ, ଦେହ, ଗୋଡରେ ଗୁଳି ବାଜିଛି । ଏ ନେଇ ବ୍ରହ୍ମପୁର ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏମକେସିଜି ମେଡିକାଲ ସମେତ ଘଟଣାସ୍ଥଳରେ ପହଞ୍ଚି ଏହାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଗୁଳିମାଡ ପଛର କାରଣ କଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଗୁଳିମାଡ ପରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଯାଉଥିବା ମୋଟରସାଇକେଲ ଗୋଳନ୍ଥରା ନିକଟରେ ଧକ୍କା ଦେଇଥିବା ବେଳେ ସେଠାରେ ପିସ୍ତଲ ମିଳିଥିବା ସୂଚନା ମିଳିଛି । ସମସ୍ତ ଘଟଣା କୁ ନେଇ ପୋଲିସ ଟିମ୍ ତଦନ୍ତ କରୁଥିବା ଜଣାପଡିଛି । ତେବେ ସଦ୍ୟ ସୂଚନା ଅନୁଯାୟୀ ମନୋଜଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 22, 2019, 10:33 PM IST

ABOUT THE AUTHOR

...view details