ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲରେ ଅଗ୍ନିକାଣ୍ଡ । ସୁପର ସ୍ପେଶାଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଧୂଆଁ ଦେଖିବା ପରେ ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା ।
ବ୍ରହ୍ମପୁର MKCG ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀ ଓ୍ୱାର୍ଡରେ ଅଗ୍ନିକାଣ୍ଡ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲରେ ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ
ବ୍ରହ୍ମପୁର MKCGରେ ଅଗ୍ନିକାଣ୍ଡ
ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏ ନେଇ ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି, " ଆମେ ନିଆଁକୁ ଆୟତ୍ତ କରିଛୁ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । " ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ କରୁଛି । ସେପଟେ ଘଟଣାରେ ଅନେକ ରୋଗୀ ଓ ସମ୍ପର୍କୀୟ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି ।
ଇଟିଭି ଭାରତ, ବ୍ରହ୍ମପୁର
Last Updated : Aug 26, 2022, 5:41 PM IST