ଓଡିଶା

odisha

ETV Bharat / city

ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

କୋରୋନା ପରି ସଙ୍କଟ ପରିସ୍ଥିତିରେ ଦିବାରାତ୍ରୀ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ବ୍ରହ୍ମପୁର ସହରର କୋରୋନା ଯୋଦ୍ଧାଙ୍କୁ ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ...

ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବ୍ରହ୍ମପୁର ସହରର କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ
ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବ୍ରହ୍ମପୁର ସହରର କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

By

Published : Aug 18, 2020, 2:09 PM IST

ବ୍ରହ୍ମପୁର: ଗତ 5 ମାସରୁ ଉର୍ଦ୍ଧ୍ବ ସମୟ ଧରି କୋଭିଡ-୧୯ ମୁକାବିଲା ପାଇଁ ବ୍ରହ୍ମପୁର ସହରରେ କାର୍ଯ୍ୟ କରି ଆସୁଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସହରର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଇଛି । ମାର୍ଚ୍ଚ ୧୫ ତାରିଖ ରୁ ଗଞ୍ଜାମ ତଥା ବ୍ରହ୍ମପୁରରେ ଲକଡାଉନ ଓ ସଟଡାଉନ ଅଦ୍ୟାବଧି ଜାରି ରହିଛି ।

ଏହି ଅବସରରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଓ ଲକଡାଉନ ନିୟମକୁ କଡାକଡି ପାଳନ କରାଇବାରେ ପୋଲିସ ପ୍ରଶାସନର ପ୍ରମୁଖ ଭୂମିକା ରହିଛି । ଦିନରାତି ନିଜ ଘର ପରିବାର ଛାଡି ଲୋକଙ୍କୁ କୋରୋନା ମୁହଁରୁ ବର୍ତ୍ତାଇବା ପାଇଁ ସେମାନଙ୍କ ଚେଷ୍ଟା ନିଶ୍ଚିତ ଭାବେ ଅବିଶ୍ୱସନୀୟ। ଏଭଳି ଗୁରୁତ୍ଵପୂର୍ଣ୍ଣ ସ୍ଥିତିରେ ପୋଲିସ ବିଭାଗ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ ମଧ୍ୟ ପ୍ରଶଂସନୀୟ । ସେହିଭଳି ଅଗ୍ନିଶମ ବିଭାଗ ପକ୍ଷରୁ ସାରା ସହରକୁ ବିଶୋଧନକରଣ କାର୍ଯ୍ୟ ସହ ଅଗ୍ନିକାଣ୍ଡ ଭଳି ବିଭିନ୍ନ ସମୟରେ ବିନା ଦ୍ବିଧାରେ କାର୍ଯ୍ୟ କରିଆସିଛନ୍ତି।

ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବ୍ରହ୍ମପୁର ସହରର କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

ଏଣୁ ଏହି ଅବସରରେ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଟ୍ରାଫିକ ଡିଏସପି ସାର୍ଥକ ରାୟଙ୍କ ସମେତ କାର୍ଯ୍ୟରତ ସହରର ସମସ୍ତ 5ଟି ଥାନାଧିକାରୀ ପ୍ରଶାନ୍ତ ଭୂପତି, ସୁରେଶ ତ୍ରିପାଠୀ, ଶାରଦା ପ୍ରଶନ୍ନ ଦାସ, ସୁମିତ ସୋରେନ, ସୁନିଲ କୁମାର ବେହେରା ଓ ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

ସାମାଜିକ ଦୂରତ୍ୱ, କୋଭିଡ ନିୟମକୁ ଦୃଷ୍ଟିରେ ରଖି ପ୍ରତି ଥାନାକୁ ଯାଇ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ପ୍ରସନ୍ନ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details