ଓଡିଶା

odisha

ETV Bharat / city

ଯୁକ୍ତ ଦୁଇ ପରୀକ୍ଷାଫଳ: ‘8 ହଜାର ଟଙ୍କା ବଦଳରେ 80 ପ୍ରତିଶତ ମାର୍କ’

ଯୁକ୍ତ ଦୁଇ ପରୀକ୍ଷାରେ ପିଲା ଫେଲ ହୋଇଥିବା ନେଇ ଅଭିଭାବକଙ୍କୁ ଫୋନ କଲ କରୁଛନ୍ତି ଅଜଣା ବ୍ୟକ୍ତି । ନିଜର ପରିଚୟ ଦେଉଛନ୍ତି ଯୁକ୍ତ ଦୁଇ ପରିଷଦର ଡାଟା ଏଣ୍ଟ୍ରି ଅଫିସର ଭାବେ । 8 ହଜାର ଟଙ୍କା ଆକାଉଣ୍ଟରେ ଜମା କଲେ ପିଲାଙ୍କୁ 80 ପ୍ରତିଶତ ମାର୍କ ଦିଆଯିବ ବୋଲି ଫୋନରେ କହୁଛନ୍ତି ବ୍ୟକ୍ତି ଜଣକ ।

By

Published : May 14, 2019, 9:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ଘରକୁ ଆସୁଛି ଫୋନ କଲ । ପିଲା ମାନଙ୍କ ଭଲ ପରୀକ୍ଷା ଫଳ ପାଇବା ପାଇଁ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପରାମର୍ଶ ଦିଆଯାଉଛି । ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ପରିବାରକୁ ଏଭଳି ଫୋନ୍ ଆସିବା ପରେ ଏଭଳି ଫେକ ଫୋନ୍ କଲ୍ରୁ ଦୂରେଇ ରହିବାକୁ ଯୁକ୍ତ ଦୁଇ ପରିଷଦର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାରେ ପୁରଷୋତ୍ତମପୁର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବା ଜଣେ ବିଦ୍ୟାର୍ଥୀଙ୍କ ପରିବାରକୁ ଆସିଥିଲା ଏପରି ଫୋନ୍ କଲ । ପ୍ରଥମେ ଅଭିଭାବକ ମନରେ ପ୍ରଥମେ ଭୟ ସଞ୍ଚାର କରାଇବା ସହ ପିଲାଙ୍କ ପରୀକ୍ଷା ଖାତାରେ କମ୍ ନମ୍ବର ଆସିଥିବା ଏବଂ ଫେଲ ହୋଇଯାଇଥିବା କୁହାଯାଇଥିଲା ଫୋନ କଲରେ । ଆକାଉଣ୍ଟରେ ଆଠ ହଜାର ଟଙ୍କା ଦେଲେ ପରୀକ୍ଷାର୍ଥୀଙ୍କୁ ୮୦ ପ୍ରତିଶତ ମାର୍କ ଦିଆଯିବ ବୋଲି କୁହାଯାଉଛି ଏହି ଫୋନକଲ୍‌ରେ ।

ହିନ୍ଦୀ ଭାଷ।ରେ କଥା ହେଉଥିବା ଏହି ବ୍ୟକ୍ତିଙ୍କ ମୋବାଇଲ ନମ୍ବର 9973984490 ହୋଇଥିବା ବେଳେ ଟଙ୍କା ପଠାଇବା ପାଇଁ ଷ୍ଟେଟ ବ୍ୟାଙ୍କର ଆକାଉଣ୍ଟ ନମ୍ୱର ୩୪୩୪୯୫୬୪୩୦୧ ଏବଂ ତାହାର ଆଇଏଫ୍.ଏସ୍.ସି କୋର୍ଡ ନମ୍ୱର -SBIN 0001359 ଓ ନାମ ରିମ୍ପା ସାଧୁଖାନ୍ ବୋଲି ଜଣାପଡିଛି । ସେହିପରି ଅନ୍ୟ ଏକ ହ୍ୱାଟ୍ସ ଆପ ନଂ- 9973783979 ଦେଇ ଟଙ୍କା ପଠାଇବା ପାଇଁ କୁହାଯାଉଛି । ଫୋନ୍ କରିଥିବା ନମ୍ୱରଟି ମୋବାଇଲ କଲର ଆପରେ ଠାକୁର ଜୀ ବୋଲି ଜଣା ପଡିଥିବା ବେଳେ ଆକାଉଣ୍ଟ ନମ୍ୱର ଟି ରିମ୍ପା ସାଧୁଖାନ୍ ଓ ହ୍ୱାଟ୍ସ ଆପ୍ ନମ୍ୱରଟି ସଞ୍ଜୟ ଯାଦବ ନାମକୁ ଦର୍ଶାଉଛି । ଏଥିରେ ସ୍ପଷ୍ଟ ପ୍ରତିୟମାନ ଯେ ଏକ ସକ୍ରିୟ ଗ୍ୟାଙ୍ଗ୍ ପରୀକ୍ଷାର୍ଥୀଙ୍କୁ ଠକି ଟଙ୍କା ଯୋଜନା କରିଛନ୍ତି ।

ସେପଟେ ବ୍ରହ୍ମପୁର ପୋଲିସ ଏହାକୁ ନେଇ ଜନସାଧାରଣଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଛି । ଏଭଳି ଫୋନ୍ କଲ ପାଇବା ମାତ୍ରେ ସ୍ଥାନୀୟ ଥାନାରେ ଯୋଗାଯୋଗ କରିବାକୁ ସୋସିଆଲ ମିଡିଆରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଅପିଲ କରାଯାଇଛି । ଯୁକ୍ତ ଦୁଇ ପରିଷଦର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଛି ଯେ, ଅଦ୍ୟାବଧି ପରୀକ୍ଷା ମୁଲ୍ୟାୟନ ଶେଷ ହୋଇନାହିଁ ତେଣୁ ଏଭଳି ମିଥ୍ୟା କଲରୁ ଦୂରେଇ ରହିବା ସହ ପୋଲିସ କୁ ଯୋଗାଯୋଗ କରନ୍ତୁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ତଥ୍ୟ ଆସାଧୁ ଗ୍ୟାଙ୍ଗ୍ ହାତକୁ ଗଲା କିପରି । ଫୋନ୍ କରୁଥିବା ବ୍ୟକ୍ତି ବିଶେଷ ମାନେ ଯୁକ୍ତ ଦୁଇ ପରିଷଦର ୱେବସାଇଟ୍‌କୁ ହ୍ୟାକ୍‌ କରି ଏହି ତଥ୍ୟ ନେଇଛନ୍ତି ନାଁ କୌଣସି ଅସାଧୁ କର୍ମଚାରୀ ଏଥିରେ ସାମିଲ ଅଛନ୍ତି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details