ଓଡିଶା

odisha

ETV Bharat / city

କାରଗାରରୁ ନିର୍ବାଚନ ଲଢିବେ ପୂର୍ବତନ ମେୟର ଶିବଶଙ୍କର

ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଆଗାମୀ ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ବିଧାନସଭା ଆସନ୍ନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ପୂର୍ବତନ ମେୟର ଶିବଶଙ୍କର ଦାଶ ।

By

Published : Mar 26, 2019, 12:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ବନ୍ଦୀ ରହି ବିଧାନସଭାରୁ ଲଢିବାକୁ ଆଶା । ତେବେ ଏଭଳି ଆଶା ବାନ୍ଧିଛନ୍ତି ପୂର୍ବତନ ମେୟରଶିବଶଙ୍କର ଦାଶ । ସେ ବର୍ତ୍ତମାନ ପରିସ୍ଥିତିରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଆଗାମୀ ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ବିଧାନସଭା ଆସନ୍ନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ।

ଏନେଇ ଶିବଶଙ୍କରଙ୍କର ପ୍ରାର୍ଥିପତ୍ରକୁ ତାଙ୍କ ଧର୍ମପତ୍ନୀ ଆଶା କୁମାରୀ ଦାଶ ଦାଖଲ କରିଛନ୍ତି । ଆଶା ସ୍ବାମୀଏବଂ ନିଜ ନାମରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ପ୍ରାର୍ଥିପତ୍ରଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ତେବେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କରଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଥିବା ବେଳେ ସେ ବ୍ରହ୍ମପୁର ମଣ୍ଡଳ କାରଗାରାରେ ବିଚାରଧିନ ବନ୍ଦୀ ଭାବରେ ସଜ୍ଜା କାଟୁଛନ୍ତି । ଏହି କାରଣକୁ ଚଳିତ ନିର୍ବାଚନରେ ତାଙ୍କୁ ବିଜେପିରୁ ଟିକେଟ ମିଳିପାରି ନାହିଁ । ଶେଷରେ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି ।

ସୂଚନା ଅନୁସାରେ, ବ୍ରହ୍ମପୁରରୁ ଶିବଶଙ୍କର ବିଜେଡିରୁ କର୍ପୋରେଟର ଭାବରେ ବିଜୟୀ ହେବା ପରେ ପ୍ରଥମ ମେୟର ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ଗତ ୨୦୧୪ ନିର୍ବାଚନରେ ବିଜେପିରେ ଯୋଗ ଦେଇ ବ୍ରହ୍ମପୁର ବିଧାନସଭା ଆସନ୍ନରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ଲଢିଥିଲେ ।ପରବର୍ତ୍ତୀ ସମୟରେତାଙ୍କୁ ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ଦର୍ଶାଇ ଗିରଫ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details