ଓଡିଶା

odisha

ETV Bharat / city

ବାଣ ଫୁଟାଇ ନୁହେଁ, ଦୀନଦୁଃଖୀଙ୍କୁ ସାହାଯ୍ୟ କରି ପାଳନ୍ତୁ ଦୀପାବଳି - ଆଞ୍ଚଳିକ ବିକାଶ ପରିଷଦ ବ୍ରହ୍ମପୁର

ବ୍ରହ୍ମପୁରରେ ଆଲୋକର ପର୍ବ ଦୀପାବଳୀରେ ବାଣ ନ ଫୁଟାଇ ଲୋକଙ୍କ ମନରେ ହସ ଫୁଟାଇ ଦୀପାବଳି ପାଳନ କରିବାକୁ ଆଞ୍ଚଳିକ ବିକାଶ ପରିଷଦ ବ୍ରହ୍ମପୁର ଆହ୍ବାନ କରିଛି । ବିପୁଳ ପରିମାଣରେ ବାଣ ଫୁଟାଇବା ଯୋଗୁଁ ଆମ ମନୁଷ୍ୟ ସମାଜ ଉପରେ ଏହାର କୁପ୍ରଭାବ ପକାଇବା ସହ ଗଛ ପତ୍ର ପଶୁପକ୍ଷୀ ଉପରେ ଏହା ବହୁ ପରିମାଣରେ କ୍ଷତି ପହଞ୍ଚାଇବ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

By

Published : Oct 26, 2019, 12:58 PM IST

Updated : Oct 27, 2019, 9:48 AM IST

ବ୍ରହ୍ମପୁର : ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏହି ଦୀପାବଳୀ ଅବସରରେ ସାରା ଦେଶରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତିବିଶେଷ ଫୁଟାଇଥାନ୍ତି କୋଟି କୋଟି ଟଙ୍କାର ବାଣ । ହେଲେ ପ୍ରଦୂଷଣ ଯୁକ୍ତ ବାଣରେ ରହିଥିବା ବିଷାକ୍ତ ପରିମାଣ ସାଧାରଣ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ରୋଗୀ, ଶିଶୁ ଓ ବୃଦ୍ଧଙ୍କ ସମେତ ସମାଜର ଅନେକ ଜୀବ ଜନ୍ତୁଙ୍କ ଅନେକ କ୍ଷତି ଘଟାଇଥାଏ ।

ବାଣ ଫୁଟାଇ ନୁହେଁ ଲୋକଙ୍କ ମନରେ ହସ ଫୁଟାଇ ଦୀପାବଳୀ ପାଳନ କରିବାକୁ ଆହ୍ୱାନ

ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ବ୍ରହ୍ମପୁର ସହରରେ ବାଣ ନ ଫୁଟାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ବାନ କରିଛି । ଏହି ଅବସରରେ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାରା ସହର ପରିକ୍ରମା କରି ଲୋକଙ୍କୁ ବାଣ ନ ଫୁଟାଇବା ପାଇଁ ସଚେତନତାର ବାର୍ତ୍ତା ଦେଇଛି । ସେହି ଅର୍ଥରେ କୌଣସି ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନାଥାଶ୍ରମ, ଦୃଷ୍ଟିହୀନଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏପରିକି ଦେଶର ରାଜଧାନୀ ଦିଲ୍ଲୀରେ ଦୀପାବଳି ଯୋଗୁଁ ଯେପରି ସମସ୍ୟା ସୃଷ୍ଟି ହୋଇଥାଏ, ତାହା ଯେପରି ଅନ୍ୟ କୌଣସି ସ୍ଥାନରେ ପରିବେଶକୁ ଦୂଷିତ ନ କରିବ, ତାହାକୁ ନେଇ ସମସ୍ତେ ସତର୍କ ହେବାକୁ ଆହ୍ବାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Oct 27, 2019, 9:48 AM IST

ABOUT THE AUTHOR

...view details