ଓଡିଶା

odisha

ETV Bharat / city

ଡ୍ରାଇଭରକୁ ପିଟିପିଟି ହତ୍ୟା ମାମଲା, ଆଉ 4 ଜଣ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ଗତ ମାର୍ଚ୍ଚ ମାସରେ ଦୁର୍ଘଟଣା ଘଟଇଥିବା ଡ୍ରାଇଭର ବସନ୍ତ ବାଘକୁ ଗ୍ରାମବାସୀ ପିଟିପିଟି ହତ୍ୟା ଘଟଣାରେ ଆଉ ଚାରି ଗିରଫ । ଅଧିକ ପଢନ୍ତୁ...

By

Published : Jun 9, 2021, 8:33 AM IST

ଆଉ ଚାରି ଗିରଫ
ଆଉ ଚାରି ଗିରଫ

ବ୍ରହ୍ମପୁର: ଡ୍ରାଇଭରକୁ ପିଟିପିଟି ହତ୍ୟା ଘଟଣାରେ ପୁଣି ଆଉ ଚାରିଜଣଙ୍କୁ ଗିରଫ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ପାଟପୁର ଗତ ମାର୍ଚ୍ଚ ମାସରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବସନ୍ତ ବାଘକୁ ଗ୍ରାମବାସୀ ପିଟିପିଟି ହତ୍ୟା କରିଥିଲେ ।

ହତ୍ୟା ମାମଲା ଆଉ ଚାରିଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଆଡପଡା ଗ୍ରାମର ଶ୍ରୀକାନ୍ତ ପୃଷ୍ଟି , ଚନ୍ଦନ ରାଉତ , ଜିତେନ୍ଦ୍ର ରାଉତ ଓ ପୂର୍ଣ୍ଣଚନ୍ଦ୍ର ରାଉତ ବୋଲି ଜଣାପଡିଛି । ସୂଚନାନୁଯାୟୀ ଗତ ମାର୍ଚ୍ଚ ମାସରେ ପାଟପୁର ଥାନା ରଙ୍ଗୁଣୀପଲ୍ଲୀରେ ଏକ ମାଟି ବୋଝେଇ ଟ୍ରିପର ଧକ୍କାରେ ଆଡପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ ହୋଇଥିଲା । ଏହା ସହିତ ହେଲପର ଆହତ ହୋଇଥିଲେ ।

ଯାହା ଫଳରେ ଘଟଣା ଘଟିଥିବା ସ୍ଥାନରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଏପରିକି ଉତ୍ତ୍ୟକ୍ତ ଲୋକେ ଡ୍ରାଇଭର ଉପରକୁ ରାଗ ସୁଝାଇବାକୁ ଯାଇ ସଂଘବଦ୍ଧ ଆକ୍ରମଣ କରିବା ପରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ଘଟଣା ପରେ ଟ୍ରକ ମାଲିକ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପାଟପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଭିଡିଓ ଫୁଟେଜ ଆଧାରରେ ମାର୍ଚ୍ଚ ୨୨ରେ ୮ ଜଣଙ୍କୁ ଗିରଫ କରିଥିଲା ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details