ଓଡିଶା

odisha

ETV Bharat / city

ଭୋଟ ଗଣତିକୁ ନେଇ ସଜାଗ ପ୍ରଶାସନ

ଆସନ୍ତାକାଲି ଆସିବ 2019 ନିର୍ବାଚନର ଫଳାଫଳ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

By

Published : May 22, 2019, 6:31 PM IST

ଫଟୋ ସୌଜନ୍ୟ: ଫେସବୁକ@ECI

ବ୍ରହ୍ମପୁର: ଶେଷ ହୋଇଯାଇଛି 2019 ନିର୍ବାଚନର ସମସ୍ତ ପର୍ଯ୍ୟାୟ ମତଦାନ। ଆସନ୍ତାକାଲି ଆସିବ ନିର୍ବାଚନୀ ଫଳାଫଳ। ରାତି ପାହିଲେ ଆରମ୍ଭ ହୋଇଯିବ ଗଣତି। ଯାହକୁ ନେଇ ଏବେ ଠାରୁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀଙ୍କ ଛାତି ଧଡଧଡ ହେବା ଆରମ୍ଭ କଲାଣି। ନିର୍ବାଚନୀ ଫଳ ଆସିବା ପୂର୍ବରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ।


ଚଳିତ ନିର୍ବାଚନର ଭୋଟଗଣତିକୁ ନେଇ ସଜାଗ ହୋଇଉଠିଛି ଗଞ୍ଜମ ଜିଲ୍ଲା ପ୍ରଶାସନ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଜିଲ୍ଲାର ସମସ୍ତ ୧୩ଟି ବିଧାନସଭା ଏବଂ 2ଟି ଲୋକସଭା ଆସନ ପାଇଁ ମୋଟ 4ଟି ସ୍ଥାନରେ ହେବ ଗଣନା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ଭୋଟ ଗଣତି କେନ୍ଦ୍ରକୁ ଅନୁଧ୍ୟାନ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର


ଏପରି ସ୍ଥାନରେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ, ଗଣତି ପାଇଁ ମିଡିଆ ସେଣ୍ଟର କିଭଳି କାର୍ଯ୍ୟ କରିବ, ସେଣ୍ଟର ପରିସର ପୂର୍ବରୁ କେଉଁ ସ୍ଥାନରେ ଯାନବାହାନ ଗୁଡିକ ରହିବ ଏ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ବ୍ରହ୍ମପୁର ଠାରେ ଦୁଇ ପର୍ଯ୍ୟବେକ୍ଷକଙ୍କ ସହ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ ପ୍ରମୁଖ ଭୋଟ୍‌ ଗଣତି ପାଇଁ କରାଯାଇଥିବା ପ୍ରସ୍ତୁତିକୁ ସମୀକ୍ଷା କରିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details