ବ୍ରହ୍ମପୁର:ନ୍ୟାୟ ପାଇଁ ଶ୍ବଶୁର ଘର ସମ୍ମୁଖରେ ଧାରଣା ଜାରି ରଖିଛନ୍ତି ଦୀପିକା । ଗତ ଅଗଷ୍ଟ 2 ତାରିଖରୁ ବ୍ରହ୍ମପୁର ସହରର ଦେଶୀ ବେହେରା ସାହିରେ ଦିନେଶଙ୍କ ଘର ସାମ୍ନାରେ ପାଲ ଟାଣି ଧାରଣାରେ ବସିଛନ୍ତି ଧାରଣା ବସିଛନ୍ତି ଦୀପିକା । ଗୁରୁବାର ଦିନେଶଙ୍କ ପରିବାର ଲୋକେ ଏହି ପାଲ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଦିନେଶଙ୍କ ମାଆ କହିଛନ୍ତି ଯେ, ''ଗତ ତିନି ବର୍ଷ ଧରି ଦୀପିକା ଆମ ପରିବାରକୁ ନାନା ହଇରାଣ ହରକତ କରୁଛି । ଆପଣ ମାନେ ବର୍ତ୍ତମାନ ଘଟଣା ସଂପର୍କରେ ଦେଖାଉଛନ୍ତି କିନ୍ତୁ ଆମ ପୁଅ ନାମରେ ଯେବେଠାରୁ ଦୁଷ୍କର୍ମ ମାମଲା ଦେଇଛି ଦୀପିକା, ସେହି ଦିନ ଠାରୁ ଆମେ ହଇରାଣ ହେଉଛୁ'' ।
''ଆମେ ଗତ କିଛି ଦିନ ଧରି ଘରେ ନଥିଲୁ । ଗତ ଶନିବାର ଘରେ ପହଞ୍ଚିଲୁ ହେଲେ ଘର ସମ୍ମୁଖରେ ଧାରଣାରେ ବସିଥିଲା । ଦୈନିକ ଗୋଟିଏ ଲେଖାଏଁ ଏତଲା ଦେଉଛି ଦୀପିକା । ଗତକାଲି ମୋର ଶାଶୁଙ୍କୁ ଘରକୁ ଛାଡିଲେନି ସେ ପଡୋଶୀ ଘରେ ରହିଲେ । ଏହାକୁ ନେଇ ସେମାନେ ମଧ୍ୟ ପଡୋଶୀକୁ ଧମକ ଦେଉଛନ୍ତି । ଏଣୁ ପଡୋଶୀ ମଧ୍ୟ ଆଉ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି । ଏନେଇ ପୋଲିସ ଥାନାରେ ଅବଗତ କରିବାକୁ ଆସିଥିବା କହିଛନ୍ତି ଦିନେଶଙ୍କର ମାଆ ଓ ବାପା । ଇତି ମଧ୍ୟରେ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଥିବା ବେଳେ ସମାଧାନ କିପରି ହେବ ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଦିନେଶଙ୍କ ମାଆ କୋର୍ଟରେ ଯାହା ଆସିବ ସମାଧାନ ହେବ ବୋଲି କହିଛନ୍ତି ।