ଓଡିଶା

odisha

ETV Bharat / city

ସାନଖେମୁଣ୍ଡିରେ କେନାଲରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର

ସାନଖେମୁଣ୍ଡି ବ୍ଲକର ନିସ୍ତିପୁର ଗାଁ ନିକଟ କେନାଲରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଅଧିକ ପଢନ୍ତୁ...

By

Published : Nov 16, 2020, 2:00 AM IST

ସାନଖେମୁଣ୍ଡିରେ କେନାଲରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର
ସାନଖେମୁଣ୍ଡିରେ କେନାଲରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ନିସ୍ତିପୁର ଗାଁ ନିକଟ କେନାଲରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଶନିବାର ସନ୍ଧ୍ୟାରେ ନିଖୋଜ ରହିଥିବା ବେଳେ ମୃତଦେହ ସହ ଏକ ବାଇକ‌ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ମୃତ ଯୁବକ ଜଣଙ୍କ ଗଣିଆନାଳ ଗାଁର ଗଣେଶ ନାୟକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗଣେଶ ଗତ ଦୁଇଦିନ ତଳେ ଘରୁ ନିଜ ବାଇକ ଯୋଗେଁ ବାହାରକୁ ଯାଇଥିବା ବେଳେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।

ସ୍ଥାନୀୟ ନିସ୍ତିପୁର ଅଞ୍ଚଳର କିଛି ଯୁବକ କେନାଲ ଦେଇ ଯାତାୟତ କରୁଥିବା ବେଳେ ଯୁବକ ଜଣକ ସହ ବାଇକ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ପାଟପୁର ପୋଲିସ ଓ ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଯୁବକଙ୍କ ପରିଚୟ ମିଳିବା ପରେ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଯୁବକର ବାଇକ‌ ସହ ଶବ ଭାସିଲା ତାହା ଏବେ ସନ୍ଦେହ ଘେରରେ ରହିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details