ବ୍ରହ୍ମପୁର: ଫନି ଦେଇଗଲା ପରିଣତ ବୟସରେ ଆଖିରେ ଲୁହ । ଖାଦ୍ୟ ଓ ରହିବା ପାଇଁ ଚିଲିକାରେ ଲୋକ କରୁଛନ୍ତି ସଂଙ୍ଘର୍ଷ । ପୂର୍ବରୁ ଫାଇଲିନ ଏବେ ଫନି ଏଠାକାର ଜନସାଧାରଣଙ୍କ ରହିବାକୁ ମୁସ୍କିଲ କରିଦେଇଛି ।
ସେ ଦିନର ଦୃଶ୍ୟ ଥିଲା ବଡ ଭୟଙ୍କର । ସେ ରାତିରେ ଝଡ ପବନର ପ୍ରଳାପ ଏବେ ବି ମନେପଡୁଛି । ପିଲା ଛୁଆଙ୍କୁ ଧରି ପ୍ରାଣ ବଞ୍ଚେଇବା ପାଇଁ ଏଣେ ତେଣେ ଧାଇଁଥିଲୁ । କାରଣ ଘରେ ରହିଲେ କିମ୍ବା ବାହାରକୁ ଗଲେ ମଧ୍ୟ ମୃତ୍ୟୁ ନିଶ୍ଚିତ ଥିଲା । ବାତ୍ୟା ପୂର୍ବରୁ ଆମକୁ କୌଣସି ସୂଚନା ନଥିଲା ।